ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୨୫ ତରିଖରେ ଓଡିଶାରେ ଦେଖିବାକୁ ମିଳିବ ନବୀନ ଶୋ ବନାନ ରାହୁଲ ଶୋ । ଭୁବନେଶ୍ୱରରେ ରାହୁଲଙ୍କ କର୍ମୀ ସମ୍ମିଳନୀ ହେବାକୁ ଥିବା ବେଳେ ପୁରୀରେ କାଳିଆ ସମାବେଶ କରିବେ ନବୀନ । ସେପଟେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ସମାବେଶକୁ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି । ନିକଟରେ ୩ଟି ରାଜ୍ୟରେ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଆସିଛି । ତେବେ ଓଡିଶା କର୍ମୀଙ୍କୁ ନିର୍ବାଚନ ପୂର୍ବରୁ କର୍ଣ୍ଣ ମନ୍ତ୍ର ଦେବା ପାଇଁ ଆସୁଛନ୍ତି ରାହୁଲ । ଓଡିଶା ଭୋଟରମାନେ କଂଗ୍ରେସ ଆଡକୁ କାଳେ ଢ଼ଳିଯିବେ ଏଣୁ ବିଜେଡି ଭୟ କରି କାଳିଆ ସମାବେଶ କରୁଛି ବୋଲି କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି ।
ଭୁବନେଶ୍ୱରରେ କଂଗ୍ରେସର ସମାବେଶରେ ୨ ଲକ୍ଷ ଲୋକଙ୍କୁ ଏକାଠି କରିବା କଂଗ୍ରେସର ଲକ୍ଷ ଥିବା ବେଳେ ପୁରୀରେ ନବୀନଙ୍କ କାଳିଆ ସମାବେଶରେ ୧ ଲକ୍ଷ ଲୋକ ସାମିଲ ହେବେ ବୋଲି ବିଜେଡି ସୂଚନା ମିଳିଛି । ତେବେ ୨୫ରେ ରାହୁଲଙ୍କ ଗସ୍ତକୁ ନେଇ ବେଶ ଖୁସି ଅଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । ସେପଟେ ୩ ଟି ରାଜ୍ୟରେ ଚାଷୀଙ୍କ ଭୋଟ ପାଇଁ କଂଗ୍ରେସ ସରକାରକୁ ଆସିଥିବା ବେଳେ ଓଡିଶା ଚାଷୀଙ୍କ ଭୋଟ ବ୍ୟାଙ୍କ ହାତେଇବା ଲକ୍ଷରେ କଂଗ୍ରେସ । କାଳେ ଚାଷୀ ଭୋଟ ବ୍ୟାଙ୍କ ହାତରୁ ଖସିଯିବ ଏଣୁ ପୁରୀରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା କାଳିଆ ସମାବେଶ କରୁଛନ୍ତି ରାଜ୍ୟ ସରକାର । ଏଭଳି ଅନେକ ଚର୍ଚ୍ଚା ହେଉଛି ସାଧାରଣରେ ।