ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମୁକାବିଲା କରିବାରେ ଲାଗିଛି । ଯିଏ ଯେମିତି ପାରୁଛି ନିଜ କ୍ଷମତା ହିସାବରେ ଅସାହୟ ଲୋକ ମାନଙ୍କୁ ସାହାଯ୍ୟ କରୁଛି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ସାରା ଦେଶରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତେବେ କରୋନାର ପ୍ରଭାବ ଓଡିଶାରେ ମଧ୍ୟ ପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ମୁକାବିଲା କରିବା ପାଇଁ ଲୋକ ମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଏହା ସହ ଲୋକ ମାନଙ୍କୁ କରୋନା ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାହଯ୍ୟ କରିବା ପାଇଁ ଆହ୍ୱନ ଦେଇଛନ୍ତି । ଏହି ଆହ୍ୱାନ ପାଇ ବହୁ ଲୋକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ସାହାଯ୍ୟ ଯୋଗାଇ ଦେଉଛନ୍ତି ।
ସେହିପରି ୟୁନିଟ-୪ ସ୍ଥିତ ଜୟ ଜବାନ୍ ମତ୍ସ୍ୟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ଟଙ୍କା ଦାନ କରାଯାଇଛି । ଆଜି ଭୁବନେଶ୍ୱର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚେକ୍ ଆକାରରେ ଏହି ଅର୍ଥରାଶି ଦାନ କରାଯାଇଛି । ପୂର୍ବତ୍ତନ କର୍ପୋରେଟର ନରେନ୍ ସାହୁଙ୍କ ନେତ୍ୱତରେ ଏହି ଚେକକୁ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । ଏହି ଅବସରରେ ସେ କହିଛନ୍ତି ଯେ, ବର୍ତ୍ତମାନ ସାରା ବିଶ୍ୱ ମହାମାରୀର ମୁକାବିଲା କରିବାରେ ଲାଗିଛି । ଅସାହୟ ଲୋକ ମାନଙ୍କ ପାଇଁ ଆମେ ସଦାସର୍ବଦା ଅଛୁ ଆଉ ରହିବୁ । ପ୍ରଭୁ ଜଗ୍ନନାଥ ଏହି ମହାମାରୀରୁ ଆମ ମାନଙ୍କୁ ଶିଘ୍ର ରକ୍ଷା କରନ୍ତୁ ବୋଲି ଆମେ ପ୍ରାର୍ଥନା କରୁଛୁ । ତେବେ ଚେକ୍ ପ୍ରଦାନ କରିବା ବେଳେ ସଂଘର ମୁଖ୍ୟ ଉପଦେଷ୍ଟା ଶେଖ୍ ମୁସ୍ତଫା, କୋଷାଧ୍ୟକ୍ଷ ମହମ୍ମଦ ମହତାବ୍ ଆଲମ, ମହମ୍ମଦ ମାଲିନ୍ ଖାନ୍, ଶେଖ୍ ମୁବାରକ୍ ପ୍ରମୁଖ ଉପସ୍ଥିତ ଥିଲେ ।