ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ସ୍ଥାନୀୟ ଲୋହିଆ ଏକାଡେମୀରେ ଜୟପ୍ରକାଶ ଫାଉଣ୍ଡେସନ ପକ୍ଷରୁ ମହାନ ଜନନାୟକ ତଥା ସ୍ୱାଧିନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣଙ୍କ ୧୧୬ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ହୋଇଥିବା ଏକ ଆଲୋଚନାଚକ୍ରରେ କିପରି ଦୁର୍ନୀତି ମୁକ୍ତ ଗଣତନ୍ତ୍ର ପ୍ରତିଷ୍ଠା ହେବ ସେ ସମନ୍ଧରେ ଆଲୋଚନା ହୋଇଥିଲା ।
ଅନୁଷ୍ଠିତ ହୋଇଥିବା ଏହି ସମାରୋହରେ ପ୍ରଭାତ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ଏବଂ ମଞ୍ଚରେ ଅନ୍ୟ ଅତିଥୀମାନେ ଯୋଗଦେଇଥିଲେ ଯଥା ଦେବେନ୍ଦ୍ର ପୃଷ୍ଟି,ଚିତ୍ତରଞ୍ଜନ ମହାନ୍ତି,ଶିଶିର କୁମାର ମହାନ୍ତି,ସଂଜୀବ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଜୟପ୍ରକାଶଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଗ୍ୟାମ୍ପନ କରିଥିଲେ । ଏହାପରେ ସଂଜୀବ ପଟ୍ଟନାୟକ ସଭାର ସ୍ୱାଗତ ଭାଷଣ ଦେଇ ସଭା ଆରମ୍ଭ କରିଥିଲେ ।
ଜୟପ୍ରକାଶ ନିଜ ଛାତ୍ର ଜୀବନରେ ତଥା ୧୯୭୪ ମସିହାରେ ଶାନ୍ତି ପାଇଁ କିପରି ଆନ୍ଦୋଳନ କରିଥିଲେ ଓ ଆଜିର ଛାତ୍ର କିପରି ଆନ୍ଦୋଳନକୁ ମଜବୁତ କରାଯାଇପାରିବେ ଏବଂ ଦେଶରେ କିପରି ଦୁର୍ନୀତି ମୁକ୍ତ ଶାସନ ହେବା ପାଇଁ ସ୍ୱପ୍ନ ଦେଖିଥିଲେ ଜୟପ୍ରକାଶ । ଏଭଳି ଅନେକ କଥା ଜୟପ୍ରକାଶଙ୍କ ସମ୍ପର୍କରେ ସମସ୍ତ ଅତିଥିମାନେ ନିଜର ଅଭିଭାଷଣ ଦ୍ୱାରା କହିଥିଲେ ।