ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ମହାନ ବିପ୍ଳବୀ ରାଜଗୁରୁ ଜୟ କୃଷ୍ନ ମହାପାତ୍ରଙ୍କ ଜୟନ୍ତୀ ପାଳିତ ହୋଇଛି । ସ୍ଥାନୀୟ ଜୟଦେବ ଭବନରେ ବହୁ ମାନ୍ୟଘନ୍ୟ ଅତିଥୀଙ୍କ ଗହଣରେ ପାଳିତ ହୋଇଛି ଜୟନ୍ତୀ । ଏଠାରେ ଆୟୋଜିତ ହୋଇଥିବା ଉତ୍ସବରେ ମୁଖ୍ୟ ଅତିଥୀ ଭାବେରେ ଜଗନ୍ନାଥଙ୍କ ଆଦ୍ୟ ସେବକ ତଥା ଚଳନ୍ତି ଠାକୁର ଗଜପତି ଶ୍ରୀ ଶ୍ରୀ ଦିବ୍ୟ ସିଂହ ଦେବ ଯୋଗଦେଇଥିଲେ । ଗଜପତିଙ୍କୁ ପାଖରେ ପାଇଥିବାରୁ ଉପସ୍ଥିତ ଥିବା ଲେକ ନିଜକୁ ଧନ୍ୟମନେକରିଥିବା କହିଛନ୍ତି । ଚଳନ୍ତି ଠାକୁରଙ୍କ ସହ ଏହି ସଭାରେ ଯୋଗ ଦେଇଛନ୍ତି ପ୍ରଫେସର କମଳାକାନ୍ତ ମିଶ୍ର,ଶ୍ରୀଯୁକ୍ତ ଦାଶ ବେନୁହର,ମଙ୍ଗଳାକାନ୍ତ ବିଶ୍ୱାଳ,ଡଃ ପ୍ରଫୁଲ କୁମାର ତ୍ରିପାଠୀ, ଆଯୋଜିତ ସଭାର ସଭାପତି ଦିଗମ୍ବର ମହାନ୍ତି ଏବଂ ସଂପାଦକ ଜଟାଧାରୀ ମିଶ୍ର ପ୍ରମୁଖ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।
ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଜୟୀରାଜ ଗୁରୁ ପ୍ରେମୀଙ୍କ ଛୁଅ ଛୁଟିଥିଲା ଏହି ସଭାକୁ । ଅତିଥୀମାନେ ଆସିବା ପୂର୍ବରୁ ଘଣ୍ଟଘଣ୍ଟା ଶବ୍ଦରେ ସଭାଗୃହ ଫାଟିପଡିଥିଲା । ଯାହାକି ଏକ ଭକ୍ତିମୟ ପରିସ୍ଥିତି ସୃଷ୍ଟି କରିଥିଲା ।
ପରେ ଅତିଥୀମାନେ ଆସି ଅଭିଭାଷଣରେ ଜୟୀ ରାଜଗୁରୁଙ୍କ ସମ୍ବନ୍ଧରେ କହିଥିଲେ । ଖୋର୍ଦ୍ଦା ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ଥିଲେ ଜୟୀରାଜ ଗୁରୁ । ଭାରତ ବର୍ଷରେ ଆରମ୍ଭ ହୋଇଥିବା ଆନ୍ଦୋଳନରେ ସେ ଥିଲେ ମୁଖ୍ୟ । ତେବେ ଜୟୀ ରାଜଗୁରୁଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଥିଲା ପାଇକ ଆନ୍ଦୋଳନ । ଖୋର୍ଦ୍ଦାଗଡରେ ଇଂରେଜମାନଙ୍କୁ ପସେଇ ଦେଇ ନଥିଲେ ଜୟ । ଶ୍ରୀକ୍ଷେତ୍ର ଏବଂ ମହାପ୍ରଭୁଙ୍କ ସୁରକ୍ଷା ପାଇଁ ଜୟୀ ରାଜଗୁରୁ ପୁରୀଠାରୁ ଅସ୍ତରଙ୍ଗ ସମୂଦ୍ର କୂଳେ କୂଳେ ୧୮ଟି ଗଡ ସ୍ଥାପନ କରିଥିଲେ ।
୧୯୯୨ ମସିହାରୁ କ୍ରମାଗତ ଭାବରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଜୟନ୍ତୀ ଜୟଦେବ ଭବନରେ ପାଳିତ ହୋଇ ଆସୁଛି । ଦୀର୍ଘ ୨୬ ବର୍ଷ ଧରି ଶହୀଦ ଜୟୀ ରାଜଗୁରୁଙ୍କ ଗବେଷଣା ଚାଲୁ ରହିବା ସହ ରାଜ୍ୟର ବିଭିନ୍ନ ଜାଗାରେ ଆଲୋଚନା ଚକ୍ର କରାଯାଇ ଶହୀଦଙ୍କ ବିଷୟରେ ଜନସଚେତନା ସୃଷ୍ଟି କରାଯାଉଛି । ତେବେ ଏହି କାର୍ଯ୍ୟକ୍ରମର ଭାର ଶହୀଦ ଜୟୀ ରାଜଗୁରୁ ସ୍ମୃତି ସଂସଦ ନାମରେ ଏକ ଅନୁଷ୍ଟାନ ଗଠନ କରାଯାଇଛି । ଏହା ଜୟୀ ରାଜଗୁରୁଙ୍କ ଗାଁରେ ପ୍ରତିଷ୍ଟା କରାଯାଇଛି ।
ରିପୋର୍ଟ : ଗୁଣନିଧି ବେହେରା