ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା ବର୍ଷ ଦ୍ୱିତୀୟାର୍ଦ୍ଧରେ ଦେଶରେ ରିଲାଏନ୍ସ ଜିଓ ଇନଫୋକମ୍ ଆରମ୍ଭ କରିବା ସମ୍ଭାବନା ରହିଛି । ଏ ନେଇ ରିଲାନ୍ସ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି । ଏହି ସେବା ସ୍ୱଦେଶୀ ଞ୍ଜାନକୈାଶଳର ସେବାର ବିକାଶ କରାଯିବ ବୋଲି ସେ କହିଛନ୍ତି ।
ଏହି ସେବାକୁ ଉପଲବ୍ଧ କରାଇବା ପାଇଁ ବିଦେଶୀ କମ୍ପାନଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି ସେ ମତ ଦେଇଛନ୍ତି । ଏହି ଫୋନ ସେବାର ଆଗୁଆ ଆରମ୍ଭ ପାଇଁ ନୀତିରେ ଉନ୍ନତି ଅଣାଯିବର ଆବଶ୍ୟକତା ରହିଛି ।
ଦେଶରେ ବର୍ତ୍ତମାନ ୩୦ କୋଟି ୨ ଜି ଗ୍ରାହକ ରହିଛନ୍ତି । ଭଚୁଆର୍ଲ ଭାବେ ସମସ୍ତଙ୍କୁ ସଂଯୋଗ କରିବାରେ ଏହି ୫ ଜି ସହାୟତ କରିବ ବୋଲି ସେ କହିଛନ୍ତି । ଏ ନେଇ ନୀତିଗତ ଭାବେ ପଦକ୍ଷେପ ଆସିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଚଳିତ ବର୍ଷ ଅଧିକାଂଶ କାମ ଅନଲାଇନରେ ହୋଇଥିବାରୁ ଭାରତ ବର୍ତ୍ତମାନ ଅନଲାଇନ ପ୍ରତି ଦ୍ରୁତ ଭାବେ ଅଗ୍ରସର ହେଉଛି ବୋଲି ସେ ମତ ରଖିଛନ୍ତି ।