ବରଗଡ (ଏଟିଆର ବ୍ୟୁରୋ) ; ଆଜି କାଲିର ଠକାମୀ ଯୁଗରେ ମଣିଷ ଚିହ୍ନିବା କଷ୍ଟକର ହୋଇଗଲାଣି । କେତେକ ଅସାଧୁ ଲୋକ ଟଙ୍କା ରୋଜଗାର କରିବାକୁ ଯାଇ ଅନ୍ୟକୁ ଠକିବାକୁ ପଛଉନାହାନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ସହରରେ । ଚାକିରୀ ଦେବାର ଲୋଭ ଦେଖାଇ ସ୍ଥାନୀୟ ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି ଜଣେ ଦୁର୍ବୁତ । ଅଭିଯୁକ୍ତ ଜଣକ ହେଲେ ମନୀଷ ବାରିକ ।
ସରକାରୀ ଡାକ୍ତଖାନା,ତହସିଲ ଅଫିସରେ ଚାକିରୀ ଦେବାର ଲୋଭ ଦେଖାଇ ଲୋକଙ୍କ ଠାରୁ ଲୁଟି ନେଇଛି ଟଙ୍କା । ଠକାମୀର ଶିକାର ହୋଇଥିବା ଯୁବକ ଯୁବତୀ ମାନେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମନୀଷର ମା ଓ ଭାଇଙ୍କୁ ଗିରଫ କରିଛି । ଏବଂ ଅଭିଯୁକ୍ତ ମନୀଷକୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଥିବା ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଛି ।