ଯୋରନ୍ଦା(ଏଟିଆର ବ୍ୟୁରୋ): ଆଜିଠାରୁ ଯୋରନ୍ଦାରେ ଆରମ୍ଭ ହୋଇଛି ୧୪୭ ତମ ମାଘ ମେଳା । ବିଶ୍ୱପ୍ରସିଦ୍ଧ ଏହି ଯୋରନ୍ଦା ମେଳା ପାଇଁ ସଜେଇ ହୋଇଛି ମହିମାଗାଦି । ଆସନ୍ତା ଗୋଟିଏ ସପ୍ତାହ ଧରି ଚାଲିବ ଏହି ମାଘ ମେଳା ।
ଏବର୍ଷର ଯୋରନ୍ଦା ମେଳାରେ ପ୍ରାୟ ୧୦ଲକ୍ଷରୁ ଉଦ୍ଧ୍ୱର୍ ସାଧୁସନ୍ଥ ମାନଙ୍କର ସମାଗମ ହେବ । ଏତେ ବଡ ଲୋକ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।
ଏହି ମେଳାରେ ଓଡ଼ିଶାର ସମସ୍ତ ଜିଲ୍ଲା ସହିତ ଅନ୍ୟ ରାଜ୍ୟ ତଥା ଛତିଶଗଡ, ଆସାମ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ପ୍ରଭୁତି ରାଜ୍ୟ ମାନଙ୍କରୁ ବହୁ ସାଧୁସନ୍ଥମାନେ ଯୋଗଦେବେ ।
ଏହି ମେଳାରେ ସାଧୁସନ୍ଥ ମାନେ ଜଗତର କଲ୍ୟାଣ ନିମନ୍ତେ ମନ୍ଦିରମାନଙ୍କରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ଘୃତାହୁତି ପ୍ରଦାନ କରନ୍ତି ।