ଭୂବନେଶ୍ୱର(ଏଟିଆର ବ୍ୟୁରୋ):ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଡକ୍ଟର ଏସ୍ . ମୁରଲୀଧର ।ରାଜଭବନଠାରେ ଏହି ଉତ୍ସବ ଆୟୋଜିତ କରାଯାଇଛି । ଶପଥ ପାଠ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷ ଲାଲ୍ ମୁରଲୀଧରଙ୍କୁ ଶପଥପାଠ କରାଇବେ ।
ଓଡିଶା ହାଇକୋର୍ଟର ୩୨ ତମ ମୁଖ୍ୟ ବିଚାରପତି ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଥିବା ମୁରଲୀଧର ବର୍ତ୍ତମାନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ହୋଇଛନ୍ତି ।
୧୯୮୪ ମସିହାରେ ମୁରଲୀଧର ଚେନ୍ନାଇଠାରେ ଆଇନ କାର୍ଯ୍ୟ ଆରମ୍ଭ କରିଥିଲେ । ଓ ଏହାପରେ ୧୯୮୭ ରେ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇ ସୁପ୍ରିମ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଓକିଲାତି କରିଥିଲେ । ୨୦୦୨ ରୁ ୨୦୦୬ ମସିହା ପର୍ଯ୍ୟନ୍ତ ସେ ଲ’ କମିଶନର ଭାବେ କାର୍ଯ୍ୟ କରିଛନ୍ତି ।
୨୦୦୬ ମସିହା ମେ ମାସ ୨୯ ତାରିଖରେ ସେ ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଭାବେ ଦିଲ୍ଲୀ ହାଇକୋର୍ଟରେ ଶପଥ ଗ୍ରହଣ କରିଥିଲେ । ଓ ପରେ ୨୦୨୦ ରେ ମାର୍ଚ୍ଚ ୬ ତାରିଖରେ ପଞ୍ଜାବ ଓ ହରିୟାଣାରେ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।