କଟକ (ଏଟିଆର ବ୍ୟୁରୋ): ଓଡିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଜଷ୍ଟିସ ଆଦିତ୍ୟ କୁମାର ଆଜି ଶପଥ ନେଇଛନ୍ତି । ତାଙ୍କୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧରନ ଶପଥ ପାଠ କରାଇଛନ୍ତି ।
ହାଇକୋର୍ଟ ସମ୍ମିଳନୀ କକ୍ଷରେ ଏହି ଶପଥ ପାଠ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି , ହାଇକୋର୍ଟ ବାର ଆସୋସିଏସନ୍ କର୍ମକର୍ତ୍ତା, ଆଡଭୋକେଟ ଜେନେରାଲ, ପୋଲିସ ଡିଜି, ପୋଲିସ କମିଶନର ଏବଂ ବରିଷ୍ଠ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।