ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ତ୍ତମାନ ସମୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ସାଜିଛି ହ୍ୱାଟ୍ସଆପ । ଲକ୍ଷାଧିକ ଲୋକ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି । ଏହା କେବଳ ଚାଟିଂ ପାଇଁ ବ୍ୟବହୃତ ହେଉଛି ତାହା ନୁହେଁ ବରଂ ବିଭିନ୍ନ ଅଫିସ କାର୍ଯ୍ୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହାର ଉତ୍ତମ ବ୍ୟବହାର ପାଇଁ କମ୍ପାନୀ ଲୋକଙ୍କୁ ହ୍ୱାଟ୍ସଆପ ୱେବର ମଧ୍ୟ ବିକଳ୍ପ ଦେଇଥାଏ । ଯେଉଁଥିରେ ଇଂଣ୍ଟରନେଟ ଉପଲବ୍ଧ ଥିବା ବେଳେ ଲାପଟପ୍ କିମ୍ବା କମ୍ପ୍ୟୁଟରରେ ହ୍ୱାଟ୍ସଆପ ଆକାଉଣ୍ଟ ଲଗଇନ୍ କରାଯାଇଥାଏ । କିନ୍ତୁ ଏବେ ଏହି ଲଗଇନ୍ ପ୍ରକ୍ରିୟାକୁ ଆହୁରୀ ସହଜ କରିବାକୁ ଯାଉଛି କମ୍ପାନୀ । ହ୍ୱାଟ୍ସସପ ୱେବ ଲଗଇନ୍ କରିବା ପାଇଁ ଫୋନକୁ ପାଖରେ ରଖିବା କିମ୍ବା ଇଣ୍ଟରନେଟର ଆବଶ୍ୟକତା ନାହିଁ ।
ମଲ୍ଟି ଡିଭାଇସ ବେଟା ପ୍ରୋଗ୍ରାମ ଅନ୍ତର୍ଗତ ହ୍ୱାଟ୍ସସପ ବର୍ତ୍ତମାନ ଉପଭୋକ୍ତାଙ୍କୁ ଏହି ଫିଚରର ଏର୍ଲି ଆକ୍ସେସ ପ୍ରଦାନ କରୁଛି । ଏହି ଆପଣ ହ୍ୱାଟ୍ସସପ ୱେବ ଅନୁଯାୟୀ ନିଜ ଆକାଉଣ୍ଟକୁ ଫୋନରେ ଇଣ୍ଟରନେଟ ନହେବା ଦ୍ୱାରା ମଧ୍ୟ କମ୍ପୁଟର ଏବଂ ଲାପଟପ୍ ରେ ଆକ୍ସେସ କରିପାରିବେ । ଏହି ଫିଚରରେ ଆଣ୍ଡ ଟୁ ଆଣ୍ଡ ଏନକ୍ରିପସନ୍ ପ୍ରଦାନ କରାଯାଇଛି ବୋଲି କମ୍ପାଦୀ ଦାବି କରିଛି । ଅର୍ଥାତ ଆପଣଙ୍କ ଚାଟ୍, ମିଡିଆ ଏବଂ କଲ ର ଗୋପନୀୟତା ରହିବ ।