ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କାଳବୈଶାଖୀର ପ୍ରଭାବ ଏବେ ବି ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ,ପଶ୍ଛିମ,ଦକ୍ଷିଣ ଉପକୂଳର ୧୯ ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଆଜି ଅରାହ୍ନ ୧ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ କୋରାପୁଟ,ମାଲକାନଗିରି,ନବରଙ୍ଗପୁର,ରାୟଗଡା,କଳାହାଣ୍ଡି,କନ୍ଧମାଳ,ଗଞ୍ଜାମ,କେନ୍ଦୁଝର,ଅନୁଗୁଳ,ବଲାଙ୍ଗୀର,ସମ୍ବଲପୁର,ବାଲେଶ୍ୱର,ଝାରସୁଗୁଡା,ଦେବଗଡ ଆଦି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏନେଇ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସରକାରଙ୍କ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।
ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ରହିବ ବୋଲି କୁହାଯାଇଛି । ବଜ୍ରପାତ ସମୟରେ କାହାରିକୁ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ । ଏଥିସହ ୧୭ ତାରିଖରୁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବାବେଳେ ୧୮,୧୯ ଓ ୨୦ ତାରିଖରେ ପୁଣିଥରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।