ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟର କିଛି ଜିଲ୍ଲାରେ ଦୁଥ ଦିନ ହେବ ବର୍ଷା ହୋଇଥିବାରୁ ଗରମରୁ ଆଶ୍ୱସ୍ତି ମିଳିଛି । ପାଣିପାଗ ବିଭାଗର ସୂଚନାସାରେ ୧୪ ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା କରାଯାଉଛି । ଏଥିରୁ କିଛି ଜାଗାରେ ଘଡ଼ଘଡ଼ି, ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ ।
ଶନିବାର ଫୁଲବାଣୀରେ ସର୍ବାଧିକ ୧୬ ମିମି ବର୍ଷା ହୋଇଥିବାବେଳେ ଦାରିଙ୍ଗବାଡି,କେନ୍ଦୁଝର,ଖୋର୍ଦ୍ଧା କଟକ,ଓ ଯାଜପୁର କିଛି ସକଶପରେ ବର୍ଷା ହେବାର ସମ୍ଭାବନ ରହିଛି । ଶନିବାର କେବଳ ୩ ଟସି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ସେହିପରି ମାଲକାନଗିରି ସର୍ବାଧିକ ୪୦.୫ଡିଗ୍ରୀ ,ବଲାଙ୍ଗିରରେ ୪୦ଡିଗ୍ରୀ,ସୁନ୍ଦରଗଡରେ ୪୦ ଡିଗ୍ରୀ ରେକର୍ଡ ହୋଇଥିଲା । ଅନ୍ୟ ସହାମାନଙ୍କ ମଧ୍ୟରେ ବାରିପଦା,ଝାରସୁଗୁଡା,ସମ୍ବଲପୁରରେ ତାତି ୩୯ଡିଗ୍ରୀ ଅତିକ୍ରମ କରିଥିଲା ।
ତେବେ ୪ ରୁ ୫ ତାରିଖ ମଧ୍ୟରେ ବାଲେଶ୍ୱର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡା,କଟକ,ଜଗତସିଂହପୁର,ଗଜପତି,ଢେଙ୍କାନାଳ ଓ ଅନୁଗୁଳର କିଛି ସ୍ଥାନରେ ଝଡତୋଫାନ ସହ ବଜ୍ରପାତ ହେବ । ଏଥିପାଇଁ ୟେଲୋ ୱାନିଂ ଜାରି କରିଛି ପାଣିପାଗ ବିଭାଗ କତ୍ତୃପକ୍ଷ ।ସେହିପରି ୫ ରୁ ୬ ତାରିଖ ମଧ୍ୟରେ ଗଞ୍ଜାମ,ଗଜପତି,ରାୟଗଡା,କୋରାପୁଟ , ଓ କଳାହାଣ୍ଡିରେ ସ୍ୱଳ୍ପ ପରିମାଣରେ ବର୍ଷା ହୋପାରେ ।