ଜମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ) : ପୁଣି ଜବାନଙ୍କ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ସକାଳେ ସୋଫିଆନ ଜିଲ୍ଲାର କିଗମ ଅଞ୍ଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ସୁକ୍ଷାକର୍ମୀଙ୍କୁ ବିଶେଷ ସୂତ୍ରୁ ଖବର ମିଳିଥିଲା । ଯାହାକୁ ଭିତ୍ତି କରି ଯବାନ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନରେ ସୁରକ୍ଷାକର୍ମୀ ଚିହ୍ନଟ କରିଥିବା ସ୍ଥାନକୁ ଘେରା ବନ୍ଦୀ କରି କରିଥିଲେ ।
ସୁରକ୍ଷା କର୍ମୀଙ୍କ ଘେରା ବନ୍ଦୀ ଆତଙ୍କବାଦୀ ମାନେ ଜାଣି ପାରିବା ପରେ ଆରମ୍ଭ କରି ଦେଇଥିଲେ ଗୁଳି ବର୍ଷଣ । ଯାହାର ପାଲଟା ଯବାବ ଦେଇଥିଲେ ସୁରକ୍ଷା କର୍ମୀ । ସୁରକ୍ଷାକମୀଙ୍କ ଗୁଳିରେ ଦୁଇଜଣ ଆତଙ୍କ ବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ଆତଙ୍କବାଦୀଙ୍କ ସଠିକ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ । ସେମାନେ ପାକିସ୍ତାନର କୌଣସ ବଡ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଅନୁମାନ କରାଯାଉଛି । ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନାଯୋଗ୍ୟ ଦ୍ୱିତୀୟ ଥର ପାଇଁ ଦେଶରେ ମୋଦି ସରକାର ଆସିବା ପରେ ଦେଶରୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଗତ ମାସରେ ଟପ ଟେନ ଆଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରିଥିଲା ଭାରତ । ଗତ କାଲି ମଧ୍ୟ ସର୍ଚ୍ଚ ଅପରେସନ ମାଧ୍ୟମରେ ଗୋଟିଏ ଆତଙ୍କବାଦୀକୁ ନିହତ କରିଥିଲେ ସୁରକ୍ଷା କର୍ମୀ ।