କେନ୍ଦ୍ରାପଡା (ଏଟିଆର ବ୍ୟୁରୋ) : ଅନୁଭବଙ୍କୁ ଦେଖିବା ମହଙ୍ଗା ପଡିଲା କେନ୍ଦ୍ରାପଡାରେ ଜଣେ ଅଣହିନ୍ଦୁ ଭୋଟରଙ୍କୁ । ମଙ୍ଗଳବାର କେନ୍ଦ୍ରାପଡା ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବଙ୍କ ଥିଲା ନାମାଙ୍କନର ଦିନ । ଏହି ଅବସରରେ ଅନୁଭବ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବର୍ରୁ ପ୍ରଥମେ ପହଞ୍ଚଞ୍ଚିଥିଲେ ବଳଦେବ ଜୀଉ ମନ୍ଦିରରେ । ଏହି ସମୟରେ ଅନୁଭବଙ୍କ କର୍ମୀଙ୍କ ସହିତ ଅନୁଭବଙ୍କୁ ଦେଖିବା ପାଇଁ ସେଠାରେ ଅନେକ ଭିଡ ହୋଇଥିଲା ।
ଏହି ସମୟରେ ଅନୁଭବଙ୍କୁ ଦେଖିବାକୁ ସେଠାରେ ଜଣେ ଅଣହିନ୍ଦୁ ଅଜାଣତରେ ହେଉ ଅବା ଜାଣତରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ସେଠାରେ ଉପସ୍ଥିିତ ସେବାୟତ ତାଙ୍କୁ ଜାଣି ପାରି ତାଙ୍କୁ ତାଙ୍କ ଜାତି ଗୋତ୍ର ବିଷୟରେ ପଚାରି ଥିଲେ । ଯୁବକ ଜଣଙ୍କ ହିନ୍ଦୁ ନୁହେଁ ବୋଲି କହିବା ପରେ ସେଠାକାର ଉପସ୍ଥିତ ସେବାୟତ ଯୁବକକୁ ମନ୍ଦିର ପରିଚାଳନା କମିଟି ପାଖରେ ହାଜର କରିଥିଲା । ସେଠାରେ ଯୁବକକୁ ମନ୍ଦିର ପ୍ରତିଷ୍ଠା ଓ ନିତିକାନ୍ତ ପାଇଁ ୨୫ ହଜାର ଟଙ୍କା ଦାବି କରାଯାଇଥିଲା । ପରେ ଯୁବକ ଜଣଙ୍କ ଟଙ୍କା ଦେବାକୁ ରାଜି ହେଲା ପରେ ତାଙ୍କୁ ଛଡା ଯାଇଥିଲା ।
ଯାହା ବର୍ତ୍ତମାନ କେନ୍ଦ୍ରାପଡାରେ ଚର୍ଚ୍ଚାର ବିଷୟ ପାଲଟିଛି । ସାଧାରଣରେ ଲୋକମାନେ ଆଲୋଚନା କରୁଛନ୍ତି ଅନୁଭବକୁ ଦେଖିବା ଶେଷରେ ଯୁବକ ପାଇଁ ମହଙ୍ଗା ପଡିଛି । ସୂଚନା ଅନୁସାରେ ମନ୍ଦିରର ପିତଳ ତିଆରି ଆସବାପତ୍ରକୁ ଛାଡି ଅନ୍ୟ ସବୁ ପରିବର୍ତ୍ତନ କରାଯାଇଛି । ମନ୍ଦିରର ନିତିକାନ୍ତ ବିଳମ୍ବ ହୋଇଛି ।