କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଗାମୀ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସଜବାଜ ହେଉଛନ୍ତି ସବୁ ଦଳ । ଏ ଭିତରେ କିନ୍ତୁ ପୁରା ରାଜ୍ୟର ନଜର ରହିଛି କେନ୍ଦ୍ରପଡା ପାଟକୁରା ବିଧାନସଭା ଆସନ ଉପରେ । ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁପରେ ସେଠାରେ ବିଜେଡି କାହାକୁ ଟିକେଟ ଦବ ତାକୁ ନାଇ ଚାଲିଛି ଆଲୋଚନା । ଗତକାଲି ନିର୍ବାଚନ କମସନଙ୍କ ପକ୍ଷରୁ ପାଟକୁରାରେ ଆଗାମୀ ମେ ୧୯ ତାରିଖରେ ନିର୍ବାଚନ କରାଯିବ ବୋଲି ବଜ୍ଞପ୍ତି ପ୍ରକାଶ ପାଇବା ପରେ ସେଠାରେ ଆଲୋଚନା ଜୋର ଧରିଛି ।
ବିଜ୍ଞପ୍ତି ଅନୁସାରେ ନାମାଙ୍କନର ତାରିଖ ୨ ତାରିଖ ରହିଛି । ସୂଚନାଯୋଗ୍ୟ ଯେ ସେଠାରେ ବିଜେଡି ବ୍ୟତୀତ ଅନ୍ୟଦଳ ପ୍ରାର୍ଥୀଙ୍କ ପୂର୍ବରୁ କରିଥିବା ନାମାଙ୍କନ କାଏମ ରହିବ । ସେହି ଅନୁସାରେ ନାମାଙ୍କନକୁ ଆଉ ମାତ୍ର କେଇଟା ଦିନ ରହିଥିବା ବେଳେ ସେଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ରହିଛି ସନ୍ଦେହରେ । ସେପଟେ ବିଜେପିର ହେବିୱେଟ ନେତା ବିଜୟ ମହାପାତ୍ର ମୈଦାନରେ ଥିବା ବେଳେ ସେଠାରେ ତାଙ୍କୁ ମାତ ଦେବା ପାଇଁ ବିଜେଡି ବିଜେପୁର ଗେମ ପାଟକୁରାରେ ଖେଳିପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ବେଦଙ୍କ ପରିବାରରୁ କାହାକୁ ଟିକେଟ ଦେଇ ବିଜେଡି ପାଟକୁରା ଦଖଲ କରିପାରେ ବୋଲି ରାନୈତିକ ବିଶେଷଜ୍ଞ ମାନେ ମତ ରଖୁଛନ୍ତି । ବିଜେଡି ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ଟିକେଟ ଦେଇ ଗଡ ବଞ୍ଚାଇବାକୁ ଚେଷ୍ଟା କରିପାରେ ବିଜେଡି । ଅନ୍ୟପକ୍ଷେ ବେଦ ମଧ୍ୟ ଏପେବ ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ପ୍ରଚାର କରୁଛନ୍ତି ।