ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ଐତିାସିକ ଖଣ୍ଡଗିରି ମେଳା । ଏହି ଅବସରରେ ଖଣ୍ଡଗିରିରେ ପହଞ୍ଚି ସାରିଛନ୍ତି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ । ଆଜିଠାରୁ ମେଳା ଆରମ୍ଭ ହୋଇଛି । ଆରମ୍ଭ ହୋଇଥିବା ଏହି ମେଳା ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁ ରହିବ । ଆହୁରି ମଧ୍ୟ କୁହାଯାଏ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇବା ପରେ ସାଧୁସନ୍ଥ ମାନେ ଏହି ଠାରେ ଆସି ଅବସ୍ଥାନ କରିଥାନ୍ତି । ଏଠାରେ ଥିବା ଗୁପ୍ତୁ ଗଙ୍ଗାରେ ବୁଡ ପକାଇବା ଅର୍କକ୍ଷେତ୍ରରେ ବୁଡ ପକାଇବା ସହିତ ସମାନ ।
ଅଖଣ୍ଡ ଧ୍ୱନି ଜାଳି ଏଠାରେ ସାଧୁସନ୍ଥ ମାନେ ତପସ୍ୟା କରିଥାନ୍ତି । ତେବେ ଏହିମେଳା ଏବେ ଯାତ୍ରା ମହାକୁମ୍ଭ ନାମେ ମଧ୍ୟ ପରିଚିତ । ଏଠାରେ ବିଭିନ୍ନ ଅପେରା ପାର୍ଟି ଆସି ନାଟକ ପରିବେଷଣ କରିଥାନ୍ତି । ଚଳିିତ ବର୍ଷ ଫେବୃଆରୀ ୫ ତାରିଖରୁ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହାକୁମ୍ଭ ହେବ । ୧୦ ଦିନ ଧରି ଅପେରା ପାର୍ଟିମାନେ ଯାତ୍ରା ପରିବେଷଣ କରିବେ । ସେହିଭଳି ଆଜି ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି ।