କନ୍ଧମାଳ (ଏଟିଆର ବ୍ୟୁରୋ) ; ଶୀତ ଋତୁର ଆରମ୍ଭରୁ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ପ୍ରଥମ ଲହରୀ ଅନୁଭୂତ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ଏହା ୧୩.୫ ସେଲ୍ସିୟସ୍ ରହିଛି । ଗତ କିଛିଦିନ ଧରି ସନ୍ଧ୍ୟା ସମୟରେ ଶୀତର ପ୍ରଭାବ ଜଣାପଡ଼ୁଥିବା ବେଳେ ଗୁରୁବାର ସନ୍ଧ୍ୟାଠାରୁ ଏହା ବୃଦ୍ଧି ପାଇଛି। ହାଡଭଙ୍ଗା ଶୀତ ଯୋଗୁଁ ତିନି ଦିନ ହେଲା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୯ଟା ପର୍ୟ୍ୟନ୍ତ ଘନକୁହୁଡ଼ି ଆଚ୍ଛାଦିତ ହୋଇରହୁଛି । ସ୍ଥାନୀୟ ଲୋକମାନେ ନିଆଁ ପୁଆଇଁ ହେଉଥିବା ଦେଖିବାକୁ ମିଳିଛି ।
ଓଡିଶାରେ କାଶ୍ମୀର ଶୀତର ମଜା ନେବା ପାଇଁ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି । ଦାରିଙ୍ଗବାଡ଼ିର ସାଇଲେଣ୍ଟ ଭ୍ୟାଲି ସମେତ ହିଲ୍ଭ୍ୟୁ, ମିଡିର୍ୟୁବାନ୍ଦା ୱାଟର ଫଲ୍, ଲଭର୍ସପଏଣ୍ଟ, କଫି ବଗିଚା ଆଦିରେ ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ ହୋଇଗଲାଣି । ଦାରିଙ୍ଗବାଡିରେ ଶୀତର ପ୍ରଭାବ ପାଇଁ ଏଠାରେ ଶୀତ ବସ୍ତ୍ରର ଚାହିଦା ବଢ଼ିବାରେ ଲାଗିଛି ।