ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଏଣିକି ଭୁବନେଶ୍ୱରରେ କିନ୍ନରମାନେ କାଟିବେ ପାର୍କିଂ ଚାଲାଣ । କିନ୍ନର ସଂଗଠନର ଟିଜି ସ୍ୱୀକୃତିକୁ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୈାଧରୀ ସହରର ଦୁଇଟି ପ୍ରମୁ୍ ପାର୍କିଂ ଲଟ ହସ୍ତାନ୍ତର କରିଛନ୍ତି । ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିିନ୍ ଛକୁ ଯାଇଥିବା ପ୍ରଥମ ବସ ଷ୍ଟପ ନିକଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାର ଉଦଘାଟନ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୈାଧୁରୀ ।
ଏହି ପାର୍କିଂ ଲଟ୍ ଗୁଡିକ ଦୁଇମାସ ପାଇଁ ପରୀକ୍ଷା ମୂଳକ ଭାବେ ଦିଆଯାଇଛି ବୋଲି କହିଛନ୍ତି ଡେପୁଟି କମିଶନର ରାଜସ୍ବ ଶ୍ରୀମନ୍ତ ମିଶ୍ର । ପ୍ରଥମ ପାର୍କିଂ ଲଟ୍ ପାଇଁ ମାସିକ ଦେୟ ଟ. ୨, ୨୩, ୦୦୦ ଏବଂ ଦ୍ବିତୀୟ ପାର୍କିଂ ଇଟ୍ ପାଇଁ ମାସିକ ୧,୪୬,୦୮ ରହିଛି ।ତେବେ ଗାନ୍ଧୀନଗର , ଗୀର୍ଜାଛକ, ପୁରୁଣା ବସ ଷ୍ଟପ ଓ ଅର୍ଣ୍ଣପୁର୍ଣ୍ଣ ଛକରେ ପ୍ରାୟ ୨୦ ଜଣ କିନ୍ନର ନିୟୋଜିତ ହୋଇଛନ୍ତି ।
ସେହିପର ୨ ଚକିଆ ଯାନ ଓ ୪ ଚକିଆ ଯାନଙ୍କ ଠାରୁ ଫି ଆଦାୟ କରିବା ପାଇଁ ପ୍ରତ୍ୟେକ କିନ୍ନରଙ୍କୁ ଗୋଟେ ଲେଖାଏଁ ପିଓଏସ ମେସିନ ଦିଆଯାଇଛି । ଦୁଇଟି ପାର୍କିଲଟ୍ ଯାହାକି- ଶ୍ରୀଲେଦର ସୋରୁମରୁ ଅଶୋକା ମାର୍କେଟ ଯେଉଁଥିରେ ଚାରୋଟି ପାର୍କିଂ ସ୍ଥଳୀ ଅନ୍ତର୍ଭୁକ୍ତ ।
ସେଗୁଡିକ ହେଲା- ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀ ଲେଦର ସୋରୁମ୍ ସାମ୍ନା ପର୍ୟ୍ୟନ୍ତ, ହୋଟେଲ ରୟାଲ ମଡ ଟାଉନରୁ ଆର୍ୟ୍ୟପ୍ୟାଲେସ୍, ଅଶୋକା ମାର୍କେଟରୁ ସିଟି ରେସିଡେନ୍ସି, ରୟାଲ ମିଡ୍ ଟାଉନ୍ ସାମ୍ନାରୁ ନାରାୟଣ ଆୟୁର୍ବେଦ ଭବନ ସୋରୁମ୍ ଅଶୋକ ନଗର ପର୍ୟ୍ୟନ୍ତ ।