ପୁରୀ (ଏଟିଆର ବ୍ୟୁରୋ); ସବୁବେଳେ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା କରି ଚର୍ଚ୍ଚାରେ ରହିଥାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ରାତିରେ ଆଧାର ହେଉବା ଟଙ୍କିକିଆ ଚାଉଳ । ତେବେ ଶନିବାର ପୁରୀରେ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପୁଣି ଏକ ଯୋଜନା ଘୋଷଣା କରିଛନ୍ତି । ପୂରୀରେ ଆୟୋଜିତ ହୋଇଥିବା ମହିଳା ସମାବେଶରେ ମହିଳାଙ୍କ ନିମେନ୍ତ ବଡ ଯୋଜନାଟି ଘୋଷଣା କରିଛନ୍ତି । ଏହି ସମାବେଶରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ପ୍ରୋତ୍ସାହନ ରାଶି ଓ ମୋବାଇଲ ପ୍ରଦାନ କାର୍ୟ୍ୟକ୍ରମର ଶୁଭାରମ୍ଭର କରିଛନ୍ତି ମୁଖ୍ୟମନ୍ତ୍ରୀ । ସମାବେଶରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ବିନା ସୁଧରେ ଏସଏଚଜିକୁ ଋଣ ମିଳିବ । ମୋବାଇଲ କିଣିବାକୁ ପ୍ରତି ଗ୍ରୁପ୍ କୁ ୩ହଜାର ଟଙ୍କା ମିଳିବ । ପ୍ରତ୍ୟେକ ଏସଏଚଜିକୁ ମିଳିବ ୧୫ହଜାର ଟଙ୍କା । ବ୍ଲକ୍ ସ୍ତରୀୟ ମହାସଂଘକୁ ୨୫ହଜାର ଟଙ୍କା ମିଳିବ । ମହିଳାଙ୍କ ବିକାଶରେ ରାଜ୍ୟର ବିକାଶ ସମ୍ଭବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମିଶନ ଶକ୍ତି ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏପରି ଘୋଷଣା କରିଥିବା ବେଳେ ଏହାକୁ ଆକ୍ଷେପ କରିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି । ଉଭୟ ଦଳ କହିଛନ୍ତି ସରକାରଙ୍କର ମହିଳାଙ୍କ ପ୍ରତି ଏତେ ଦରଦ ଥିଲା ତେବେ ଆଗରୁ କେଉଁଠିଥିଲେ । ନିର୍ବାଚନ ପାଖେଇ ଆସୁଥିବାରୁ ମହିଳା ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହା ଚାଲ ବୋଲି ଅଭିଯୋଗ ଆଣିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟବାସୀ ଭୂରି ଭୁରି ପ୍ରଂଶସା କରିଥିବା ଦେଖିବାକୁ ମିଳିଛି ।