ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ଚେନକୁ ଭାଙ୍ଗିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ବୁଧବାରଠାରୁ ୧୪ ଦିନିଆ ଲକଡାଉନ ଲାଗୁ ହେବ । ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଲକଡାଉନ । ଏହି ସମୟରେ କଣ ସବୁ ଖୋଲା ରହିବ ଏବଂ କଣ ବନ୍ଦ ରହିବ ନଜର ପକାନ୍ତୁ ।
ଲକଡାଉନ ସମୟରେ ପନି ପରିବା, ରାସନ, ଖୀର, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ । ଖାଦ୍ୟ ହୋମ ଡେଲିଭରୀ ହେବ । କେନ୍ଦ୍ରୀୟ ଫୋର୍ସ, ପ୍ରତିରକ୍ଷା, ଟ୍ରେଜେରୀ, ପୋଷ୍ଟାଲ ସେବା, ଟେଲିକମ ସେବା, ଏନଆଇସି, ଆଇଏମଡି, ଜିଏସଟି ଅଫିସ ଖୋଲା ରହିବ । ସେହିପରି ଗଣମାଧ୍ୟମ ଅଫିସ, ଏଟିଏମ, ପେଟ୍ରୋଲ ପମ୍ପ, ଏଲପିଜି, ସିଏନଜି ଯୋଗାଣ,ଜଳ ଯୋଗାଣ, ଅଗ୍ନିଶମ ଅଫିସ, ବିଜୁଳି ଯୋଗାଣ ସେବା ଆଦି ଖୋଲା ରହିବ । ପୋର୍ଟ. ଏୟାରପୋର୍ଟ ଅଳ୍ପ କର୍ମଚାରୀରେ ଚାଲିବ । ଏହାସହିତ ମେଡିସିନ ଦୋକାନ, କ୍ଲିନିକ, ହସ୍ପିଟାଲ ଆଦି ଖୋଲା ରହିବ ।
ଅନ୍ୟପଟେ ଅନ୍ୟ ସମସ୍ତ ଅଫିସ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଜିମ, ପାନ ଦୋକାନ, ସପିଙ୍ଗ ମଲ, ବସ ଚଳାଚଳ, ସେଲୁନ , ସ୍ପା, ବିୟୁଟି ପାର୍ଲର, ଅଟୋ, ରିକ୍ସା ଚଳାଚଳ, ମନ୍ଦିର. ଯାତ୍ରା, ଅପେରା ଆଦି ବନ୍ଦ ରହିବ ।