ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଅଭିଜିତଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା କୋଣାର୍କ ପୋଲିସ । ଓଡିଆ ଓ ଓଡିଶାର ସଂସ୍କୃତି ସମ୍ପର୍କରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିବା ଅଭିଜିତ ଆୟର ମିତ୍ର ଙ୍କୁ ଆଜି କୋଣାର୍କ ପୋଲିସ ୪ ଦିନ ପାଇଁ ନିଜ ରିମାଣ୍ଡକୁ ନେଇଛି । ଗତକାଲି ସ୍ଥାନୀୟ ଏସଡିଜେଏମ କୋର୍ଟରେ ଉଭୟ ନିମାପଡା ଓ କୋଣାର୍କ ଥାନା ପୋଲିସ ଅଭିଜିତଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ହେଁ ୭ ଦିନ ବଦଳରେ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ କୋଣାର୍କ ପୋଲିସକୁ ଅନୁମତି ଦେଇଛନ୍ତି ।
ସୂଚନା ଯୋଗ୍ୟ , ଗତକାଲି ବିଧାନସଭାର ଗୃହ କମିଟି ଆଗରେ ଅଭିଜିତଙ୍କୁ ହାଜର କରାଯାଇଥିଲା । ସେଠାରେ ସେ କ୍ଷମା ମାଗିବା ପରେ ତାଙ୍କୁ କମିଶନରେଟ ପୋଲିସ ପକ୍ଷରୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ଜେରା କରିଥିଲା ସହିଦନଗର ଥାନା ପୋଲିସ । ସେହିପରି ଅଭିଜିତଙ୍କ ନାମରେ ପୁରୀ ଓ କୋଣାର୍କ ଥାନାରେ ମାମଲା ରୁଜୁ ହୋଇଥିବାରୁ ଅଭିଜିତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଚାହିଁଥିଲା କୋଣାର୍କ ପୋଲିସ । ତେବେ ଆଜି କୋର୍ଟ ୪ ଦିନ ପାଇଁ କୋଣାର୍କ ପୋଲିସକୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛି ।
ଏପେଟେ ଆଜି ସହୀଦନଗର ଥାନା ପକ୍ଷରୁ ଅଭିଜିତଙ୍କ ଟ୍ୱିଟର ଆକାଉଣ୍ଟ , ଫୋନ ଓ ଇ-ମେଲକୁ ଯାଞ୍ଚ କରାଯାଇଛି । ତେବେ ଟ୍ୱିଟର ସମ୍ବନ୍ଧୀୟ ଅଧିକ ତଥ୍ୟ ପାଇଁ ଟ୍ୱିଟରକୁ ବିସ୍ୃତ ତଥ୍ୟ ମଗାଯାଇଛି । ବହୁ ଦିନ ଧରି ଓଡିଶା ଓ ଓଡିଶାର ସଂସ୍କୃତି ଐତିହ୍ୟ ସମ୍ବନ୍ଧରେ ତଥା ପୁରୀ କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସମ୍ପର୍କରେ ଅରୂଚିକର ମନ୍ତବ୍ୟ ଦେଇ ବିବାଦରେ ଥିଲେ ଅଭିଜିତ ।
ଖାଲି ସେତିକିନୁହେଁ ଓଡିଶାର ବିଧାୟକ ମାନଙ୍କ ପ୍ରତି ମଧ୍ୟ ସେ କଙ୍କୁ ଭାଷା ପ୍ରୟୋଗ କରିଥିଲେ । ଯାହାକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଥିଲା । ତେବେ ଗତମାସରେ ଅଭିଜିତଙ୍କୁ ଦିଲ୍ଲୀ ଗିରଫ କରାଯାଇଥିଲେ ହେଁ ତାଙ୍କୁ ପରେ ଜାମିନ ମିଳିଯାଇଥିଲା । ଏବେ ଅଭିଜିତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ବେଳେ ୪ ଦିନ ପାଇଁ ରିମାଣ୍ଡରେ ନେଇଛି କୋଣ଼ାର୍କ ପୋଲିସ ।