ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶେଷ ହୋଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପ୍ରତିନିଧିଙ୍କ କାର୍ଯ୍ୟକାଳ । ଏବେ ଏହି ଦାୟିତ୍ୱରେ ନିଯୁକ୍ତି ପାଇଛନ୍ତିି ସମବାୟ ବିଭାଗ ସଚିବ କ୍ରିଷ୍ଣନ କୁମାର । ସେ ତାଙ୍କର ଦାୟିତ୍ୱ ଭାର ଆଜିଠାରୁ ତୁଲାଇବେ ।
ବିଏମସିର ନବନିର୍ବାଚିତ କର୍ପୋରେଟରଙ୍କ ପ୍ରଥମ ବୈଠକ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ବିଏମସିର ସମସ୍ତ ଦାୟିତ୍ୱ ଏବେ ତାଙ୍କ ହାତରେ । ପୂର୍ବରୁ ଶ୍ରୀ କୁମାର ଦୀର୍ଘ ୪ ବର୍ଷ ୧୦ ମାସ କାଳ ବିଏମସି କମିଶନର ଭାବେ କାମ କରୁଥିଲେ । ତାପରେ ତାଙ୍କୁ ଗତ ଡିସେମ୍ବର ମାସରେ ସମବାୟ ସଚିବ ଦାୟିତ୍ୱ ଦିଆଯାଇଥିଲା ।