ପାରାଦ୍ୱୀପ (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଏବେ ସମସ୍ତ ଚିନ୍ତାରେ ଅଛନ୍ତି । ସାଧାରଣ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସରକାର ସମସ୍ତଙ୍କ ପାଇଁ ଏହି ମହାମାରୀ ଏବେ ଚିନ୍ତାର କାରଣ ପାଲଟିଛି । ତେବେ ଏହି ମହାମାରୀ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି ।
ଏହି ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଜଗତସିଂହପୁର ଜିଲ୍ଲାର କୁଜଙ୍ଗରୁ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଯାହାଫଳରେ କୁଜଙ୍ଗକୁ ୩ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । କୁଜଙ୍ଗର ସବ-ଜଜ୍ ଏବଂ ଜେଏମଏଫସି କୋର୍ଟରେ ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ଆଖି ଆଗରେ ରଖି ଜଗତସିଂହପୁର ଜିଲ୍ଲାପାଳ କୁଜଙ୍ଗ ବଜାର ସମେତ ଏହାର ଆଖପାଖ ଅଞ୍ଚଳ ୩ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ।
ଏହି ସମୟରେ କୁଜଙ୍ଗ କୋର୍ଟ ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ । ତେବେ ଏହି ସଟ ଡାଉନ ସମୟରେ ଜନସାଧାରଣଙ୍କ ସ୍ୱାଭାବିକ ଚଳାଚଳ ଓ ଦୋକାନ ବଜାର ଖୋଲିବା ଉପରେ ଜିଲ୍ଳାପାଳ କିଛିଟା ଅଙ୍କୁଶ ଲଗାଇଛନ୍ତି । ଏହି ସମୟରେ କେବଳ ଜରୁରୀ ସେବା ଜାରି ରହିବାକୁ ଥିବା ବେଳେ ପନିପରିବା, ତେଜରାତି ସାମଗ୍ରୀ, ଔଷଧ, କ୍ଷୀର ଆଦି ସଂନ୍ଧ୍ୟା ୫ଟା ସୁଦ୍ଧା ହେମ ଡେଲିଭରି କରିବା ପାଇଁ କୋଭିଡ କଟକଣାରେ ମୁତୟନ ପ୍ରଶାସନଠାରୁ ଅନୁମତି ନେବାକୁ ହେବ । ଅନ୍ୟପଟେ କୋଭିଡ କଟକଣାରେ ମୁତୟନ କର୍ମଚାରୀଙ୍କୁ ଛାଡିଲେ ଅନ୍ୟ ସମସ୍ତ ସରକାରୀ , ବେସରକାରୀ ଅଫିସ ବନ୍ଦ ରହିବ ।
କୁଜଙ୍ଗ ପାଇଁ ୩ଦିନ ପାଇଁ ସଟଡାଉନ ଘୋଷଣା
Tags #AtrNews #Odisha