ଗଞ୍ଜାମ ( ଏଟିଆର ବ୍ୟୁରୋ): ଓଡିଶାରୁ ବହୁ ଶ୍ରମିକ ପଡୋଶି ଦେଶକୁ କାମ କରିବାକୁ ଯାଇ ସେଠାରେ ଫସି ରହିଥିବା କଥା ବହୁବାର ଶୁଣିବାକୁ ମିଳିଛି । ସେହିପରି ସେଠାରେ ରହି କାମ କରୁଥିବା ସମୟରେ ହେଉ ଅବା କୌଣସି କାରଣରୁ ଶ୍ରମିକ ମାନଙ୍କର ଦେହ ଖରାପ ହେଇ ସେଠାରେ ତାଙ୍କ ମୃତ ଘଟିଥାଏ । ଏହିଭଲି ପରିସ୍ଥିତିରେ ସେମାନଙ୍କ ମୃତ ଦେହକୁ ନିଜ ଭଟାମାଟିକୁ ଫେରାଇଆଣିବା ଅତି କଷ୍ଟକର ହୋଇ ପଡିଥାଏ । ଶ୍ରମିକ ମାନଙ୍କ ମୃତ ଦେହ ଫେରାଇଆଣିବାକୁ ସେମାନଙ୍କ ପରିବାର ଲୋକ ସରକାରଙ୍କ ପାଖରେ ଗୁହାରି କରିଥାନ୍ତି ।
ଏହି ଭଲି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜମ ଜିଲ୍ଲା ଖଲ୍ଲିକେଟ ବକ୍ଲ ପଥରା ଗ୍ରାମରେ । ଦୀର୍ଘ ୯ ଦିନ ପରେ ପଥରା ଗ୍ରାମର ଜଣେ ଶ୍ରମିକ ବସନ୍ତ କୁମାର ସାଧବଙ୍କ ମୃତ ଶରୀର ଆଜି ନିଜ ଗାଁକୁ ଫେରିଛି । ସୂଚନା ଅନୁଯାଇ ବସନ୍ତ ୧୧ମାସ ତଳେ କାମକରିବାକୁ ଆବୁଡାବିରୁ ଯାଇଥିଲେ । ସେଠାରେ ଗତ୨ ତାରିଖ ଦିନ ତାଙ୍କ ଦେହ ହତାଠ ଖରାପ ହୋଇଥିଲା । ଏହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ ଘଟିଥିଲା ।
ମୃତଦେହକୁ କିଭଳି ଅଣାଯିବ ସେ ନେଇ ପରିବାର ଲୋକ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ । ଆଜି ବସନ୍ତଙ୍କ ମୃତ ଦେହ ଦୁବାଇରୁ ଦିଲ୍ଲୀ ପରେ ଭୁବନେଶ୍ୱର ଏୟାରପୋର୍ଟରେ ପହ’ିଥିଲା । ସେଠାରୁ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ତାଙ୍କର ନିଜ ଭିଟାମାଟି ପଥରା ଗାଁକୁ ଅଣାଯାଇଥିଲା । ପ୍ରସାଶନ ପକ୍ଷରୁ ପରିବାରଲୋକଙ୍କୁ ୨ଲକ୍ଷ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।