ମାଲକାନାଗିରି(ଏଟିଆର ବ୍ୟୁରୋ): କୁଖାତ ମହିଳା ମାଓବାଦୀ ଆଡମେ ମାଡକାମୀ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିର ଏସପିଙ୍କ ନିକଟରେ ଆଡେମେ ମାଡକାମୀ ଆତ୍ମସମର୍ପଣ କରିଥିବାର ସୂଚନା ମିଳିଛି । ମାଡକାମୀଙ୍କ ନାଁରେ କୁନ୍ତୁରପଦର ଗ୍ରାମା ପରଦେଶୀ ଦୁରୁଆ ଓ ଯନ୍ଦ୍ରାଗୁଡା ଗ୍ରାମର ମୁଇଆ କବାସି, ଦଣ୍ଡିପଦର ଗାଁର ଭିମାକାମୀଙ୍କ ହତ୍ୟା, ମହୁପଦର ଜଙ୍ଗଲରେ ପୋଲିସ ବାହିନୀ ଉପରେ ଏନକାଉଣ୍ଟ, ମାଥିଲି ଥାନା ଅନ୍ତର୍ଗତ ଲୁଲେର ଗାଁରେ ରାସ୍ତା କାମ ପାଇଁ ନିୟୋଜିତ ହୋଇଥିବା ଗାଡି ପୋଡି ଭଳି ଘଟଣା ଆଦି ମାମଲା ରହିଛି ।
ଛତିଶଗଡ ଦରଭା ନକ୍ସଲ ସଂଗଠନରେ ବିଗତ ୮ ବର୍ଷ ଧରି ଜଣେ ସକ୍ରିୟ ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ ମାଡକାମୀ । ତାଙ୍କ ନାଁରେ ଛତିଶଗଡ ସରକାର ପୂର୍ବରୁ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ମାଓ ସଂଗଠନରେ ମହିଳା ମାନଙ୍କୁ ଦିଆଯାଉଥିବା ଶାରିରୀକ ନିର୍ଯାତନା ପାଇଁ ଆଡମେ ମାଡକାମୀ ଆତ୍ମସମର୍ପଣ କରିଥିବାର ସୂଚନା ମିଳିଛି ।