ରାୟଗଡା (ଏଟିଆର ବ୍ୟୁରୋ); ପାରିପାରିକ କଳହରୁ ଚାଲିଗଲା ମହିଳାଙ୍କ ଜବୀନ । ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ମହିଳା ହେଲେ ଟି ପ୍ରମିଳା । ପୋଲିସ ଖବର ପାଇବା ପ୍ରମିଳାଙ୍କ ଘରେ ପହଁଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ରିପୋର୍ଟ ଅନୁଯାୟୀ ବହୁ ଦିନ ହେବ ପରିବାରରେ କହଳ ଲାଗି ରହିଥିଲା । ଏଣୁ ମଙ୍ଗଳବାର ଘରେ କେହି ନଥିବା ବେଳେ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପଡୋଶୀ ଦେଖିବା ପରେ ପ୍ରଥମେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏବଂ ପରେ ପୋଲିସକୁ ଖବର ଦେଇଥିବା ଜଣାପଡିଛି । ତେବେ ପୋଲିସ ଶବକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇଛି ।