ଏଟିଆର ବ୍ୟୁରୋ: ପ୍ରେମିକୁ ହତ୍ୟା କରି ଫେରାର ହୋଇ ଯାଇଛି କିନ୍ନର ପ୍ରେମିକା ଚାନ୍ଦିନୀ । ପୋଲିସରେ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ମୃତକ ହେଲେ ୱାସିମ (୨୮) । ଦୀର୍ଘ ୨୦ ଦିନ ପୂର୍ବରୁ ହତ୍ୟା କରା ଯାଇଥିବା ଅନୁମାନ କରିଛି ପୋଲିସ । ଘଟଣା ଘଟିଥିବା ଘରୁ ପୋଲିସ ଏକ ଟାଙ୍ଗିଆ ଜବତ କରିଛି । ତେବେ ଏହି ଘଟଣାରେ ଜଡିତ ଥିବା ଚାନ୍ଦୀନୀକୁ ଖୋଜୁଛି ପୋଲିସ । ମାମଲା ଦାୟର କରି ତନାଘନା ଆରମ୍ଭ କରିଛି ପୋଲିସ ।
ପୋଲିସ ରିପୋର୍ଟ ଅନୁଯାୟୀ ଚାନ୍ଦିନୀ ଏବଂ ୱାସିମ କାନପୁର ଜିଲ୍ଲା ଘାଟମପୁର ଅଞ୍ଚଳରେ ମହମ୍ମଦ ଜାକିରଙ୍କ ଘରେ ଭଡାରେ ରହୁଥିଲେ । ଦୁହେଁ କିଛିଦିନ ରହିବା ପରେ ଦିନେ ଚାନ୍ଦିନୀ ଘର ମାଲିକଙ୍କୁ ଚାବି ଦେଇ ବାହାରକୁ ଯାଉଛି ବୋଲି କହିଥିଲା । ତେବେ ମାଲିକ ପ୍ରେମିକଙ୍କ କଥା ପଚାରିବା ପରେ ଚାନ୍ଦିନୀ କହିଥିଲେ କି ସେ କୈାଣସି କାମରେ ବାହାରକୁ ଯାଇଛନ୍ତି । ଏମିତି କହି ସେଠାରୁ ପଳାଇଥିଲେ ଚାନ୍ଦିନୀ ।
ତେବେ ଚାନ୍ଦିନୀ ଘର ଛାଡି ଯିବାର ଦୀର୍ଘ ୨୦ ଦିନ ପରେ ସେହି ଘରୁ ଦୁର୍ଗଦ୍ଧ ବାହାରିବାରୁ ପଡୋଶୀ ଲୋକ କହିଥିଲେ । ଏହାପରେ ଘର ମାଲିକଙ୍କ ମନରେ ସନ୍ଦେହ ହେବାରୁ ସେ ପୋଲିସ ସହାୟତାରେ ଘର ଖୋଲିଥିଲେ । ଘର ଖୋଲି ଦେଖିବା ବେଳକୁ ଘରେ ଥିବା ଏକ ଡ୍ରମ ଭିତରେ ୱାସିମଙ୍କ ମୃତ ଦେହ ମିଳିଥିଲା । ପୋଲିସ ଏହି ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ୱାସିମଙ୍କୁ ମାରିବା ପାଇଁ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତ ଚାନ୍ଦିନୀକୁ ଖୋଜାଖୋଜି କରୁଛି ପୋଲିସ ।