ଆସ୍କା (ଏଟିଆର ବ୍ୟୁରୋ): କେବଳ ବିଡାଏ କି ଦୁଇ ବିଡା ନୁହେଁ । ପୁଳା ପୁଳା ଟଙ୍କା ଶୁଖା ହୋଇଛି ଏକ ବିରାଟକାୟ ଛାତ ଉପରେ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । କୌଣସି ଫିଲ୍ମର ସିନ୍ ଭଳି ନଜର ଆସୁଥିବା ଏହି ପ୍ରକୃତ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ଆସ୍କା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖାର ।
ଖବରମୁତାବକ, ସମ୍ପୂର୍ଣ୍ଣ ଭାବେ ବାତ୍ୟା ତିତଲିର କରାଳ ରୂପ ଏଠି ଦେଖିବାକୁ ମିଳିଛି । କାରଣ ତିତଲି ପରେ ଯେଉଁ ବନ୍ୟା ସୃଷ୍ଟି ହୋଇଥିଲା ତାହାର ପ୍ରଭାବରେ କିଛିଟା ଜିଲ୍ଲାରେ ବିଶେଷ କ୍ଷୟ କ୍ଷତି ହୋଇଛି । ଏଥିରେ ଆସ୍କା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆରେ ବନ୍ୟା ପାଣି ପସି ବ୍ୟାଙ୍କ ଲକରରେ ଥିବା ସମସ୍ତ ଟଙ୍କା ସମ୍ପୂର୍ଣ୍ଣ ବତୁରି ଯାଇଛି । ପାଗରେ ଟିକେ ସୁଧାର ଆସିଥିବାରୁ ବ୍ୟାଙ୍କ ଛାତ ଉପରେ ଶୁଖା ଯାଇଛି ସେହି ଓଦା ଟଙ୍କା ବିଡା । କିନ୍ତୁ ଏପର୍ଯ୍ୟନ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।