ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ୩ବର୍ଷ ଧରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସ୍ଥାୟୀ ତ୍ରିରଙ୍ଗା ସ୍ଥାପନା କରିବାକୁ ଦାବି କରିଆସୁଥିଲେ ।
ବର୍ତ୍ତମାନ ଛାତ୍ରଛାତ୍ରୀ ମାନଙ୍କର ଦୀର୍ଘଦିନର ଦାବି ପୁରଣ କରିବାକୁ ଯାଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ । ଆସନ୍ତା କାଲି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ବିଶାଳ ତ୍ରିରଙ୍ଗାକୁ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରତିଷ୍ଠା କରାଯିବ ।
କାଲି ଠାରୁ ସ୍ଥାୟୀ ଭାବେ ଏହି ବିଶାଳ କାୟ ତ୍ରିରଙ୍ଗାଟି ବିଶ୍ୱବିଦ୍ୟାଳୟର ଶୋଭା ମଣ୍ଡନ କରିବ । ତେବେ ଏହି ତ୍ରିରଙ୍ଗାର ଲମ୍ବ ୩୦ଫୁଟ ଓ ଓସାର ୨୦ଫୁଟ ଥିବା ବେଳେ ଏହି ପତାକା ଟି ୩୦.୫ ମିଟର ଅର୍ଥାତ୍ ୧୦୦ଫୁଟ ଉଚ୍ଚତା ବିଶିଷ୍ଟ ଏକ ଖୁଣ୍ଟରେ ଉଡିବ ।
ସେପଟେ ରାତି ପାହିଲେ ସାଧାରଣତନ୍ତ୍ର ଦିବସ ସେଥିପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଶାଳ ତ୍ରିରଙ୍ଗା ଉତ୍ତୋଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏହାକୁ କିଏ ଉତ୍ତୋଳନ କରିବେ ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୁଚନା ମିଳିପାରିନାହିଁ ।