କଟକ (ଏଟିଆର ବ୍ୟୁରୋ) ; ହାଇକୋର୍ଟ ପରିସର ପାଲଟିଛି ରଣକ୍ଷେତ୍ର । ଦୁଇ ଆଇନଜିବୀ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇ ଯାଇଛି ଖଣ୍ଡଯୁଦ୍ଧ । କୋର୍ଟ ପରିସରରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । କେବଳ ଯୁକ୍ତି ତର୍କନୁହେଁ ଏହି ଲଢ଼େଇ ଯାଇ ଶେଷ ପର୍ଯ୍ୟାୟରେ ପହଁଞ୍ଚି ଯାଇଛି । ଯାହା ଫଳରେ କୋର୍ଟ ପରିସରରେ ମରଣାସ୍ତ୍ର ଧରି ଦୁବୃର୍ତ୍ତମାନେ ବୁଲୁଥିବା ଦେଖିବାକୁ ମିଳିଛି । ଜଣେ ଦୁବୃର୍ତ୍ତର ମରଣାସ୍ତ୍ରରେ ଆହତ ହୋଇଛନ୍ତି ବରିଷ୍ଟ ଆଇନଜିବୀ ଅମିତାଭ ଦାସ । ତେବେ ଏନେଇ କଟକ ଲାଲବାଗ ଥାନାରେ ଏତଲା ଦେଇଛନ୍ତି ଅମିତାଭ ।
ଆଇନଜିବୀଙ୍କୁ ମାଡ ମାରିବା ଘଟଣାରେ ଦୀର୍ଘ ଦୁଇ ମାସ ହେବ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରୀ ରହିଥିଲା । ମାତ୍ର ଏହି ଆନ୍ଦୋଳନରେ ଜୁନିୟର ଆଇନଜିବୀଙ୍କ କ୍ଷତି ହେଉଥିବାରୁ ବିଜେଡି ଲିଗାଲଫ୍ରଣ୍ଟର ଆଇନଜିବୀମାନେ ଆନ୍ଦୋଳନରୁ ଓହରି ଯାଇ ଆଜି ପୁଣି ଥରେ କାର୍ଯ୍ୟରେ ଯୋଗ ଦେବା ପାଇଁ କୋର୍ଟ କୁ ଆସିଥିବା ବେଳେ ଆନ୍ଦୋଳନ ଜାରୀ ରଖିଥିବା ୧୨୦ଟି ବାର ଆସୋସିଏସନର ଆଇନଜିବୀ ମାନେ ପ୍ରତିବାଦ କରିଥିଲେ । ଯାହାଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ କୋର୍ଟ ପରିସରରେ ଲାଗିରହିଥିଲା ଯୁକ୍ତିତର୍କ । ପରେ ଏହି ଶୀତଳ ଯୁଦ୍ଧ ଉଗ୍ର ରୂପ ନେଇଥିଲା ଯାହା ଫଳରେ କୋର୍ଟ ପରିସର ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଉତ୍ତେଜନାକୁ ନଜରରେ ରଖି କୋର୍ଟ ପରିସରରେ ୨୫ ପ୍ଳାଟୁନ ପୋଲିସ ମୃତୟନ କରାଯାଇଛି । ଏହା ସତ୍ତ୍ୱ ବି କୋର୍ଟ ପରିସ୍ଥିତି ଅଣାୟତ ହୋଇପଡିଛି ।