କଟକ (ଏଟିଆର ବ୍ୟୁରୋ ) ; ହାଇକୋର୍ଟର ମୁଖ୍ୟ ଫାଟକରେ ତାଲା ପକାଇଲେ ଆଇନଜୀବୀ । ବିଚାରପତି ବି ବାଦ ପଡିଲେନି । କୋର୍ଟ ପରିସରକୁ ବିଚାରପତିଙ୍କୁ ମଧ୍ୟ ଛାଡୁନାହାନ୍ତି ଆଇନଜୀବୀ । ସୁପ୍ରୀମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ମଧ୍ୟ ଆନ୍ଦୋଳନରୁ ଓହରିନାହାନ୍ତି ଓକିଲ ସଂଘ । ଅଭିଯୁକ୍ତ ପୋଲିସକୁ ଗିରଫ ଦାବିରେ ଓକିଲ ସଂଘ ଅଟଳ ଥିବା ବେଳେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ସେପଟେ ସାଧାରଣ ଜନତାଙ୍କ ସୁବିଧା ଓ ସ୍ୱାର୍ଥକୁ ନଜରରେ ରଖି ସୁପ୍ରୀମକୋର୍ଟ ଗତକାଲି ଓକିଲମାନଙ୍କୁ ଆନ୍ଦୋଳନରୁ ହଟିବା ପାଇଁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଏହି ନିର୍ଦ୍ଦେଶକୁ ମାନିନାହାନ୍ତି ଆଇନଜୀବୀ । ବରଂ ଆନ୍ଦୋଳନକୁ ବ୍ୟାପକ କରୁଛନ୍ତି ଓକିଲ ସଂଘ । ଗତ ଅଗଷ୍ଟ ୨୮ ତାରିଖରେ କଟକରେ ଜଣେ ଓକିଲଙ୍କୁ ପୋଲିସ କର୍ମଚାରୀ ମାଡ ମାରିଥିଲେ ।
ତେବେ ମାଡ ମାରିଥିବା ପୋଲିସ କର୍ମଚାରୀଙ୍କୁ ଗିରଫଦାବିରେ ଗତ ୨୯ ତାରିଖଠୁ ଏ ଯାଏଁ ଓକିଲ ମାନେ ଆନ୍ଦୋଳନ ରେ ବସିଛନ୍ତି । ଯାହାଦ୍ୱାର କୋର୍ଟ କାମ ହୋଇପାରୁନଥିବା ବେଳେ ସାଧାରଣ ଜନତା ଆସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଅଭିଯୁକ୍ତ ପୋଲିସକୁ ଗିରଫ ନକରାଯିବା ପର୍ଯ୍ୟନ୍ତ ଓକିଲ ସଂଘ ଆନ୍ଦୋଳନ ରେ ବସିବ ବୋଲି ଜଣାପଡିଛି ।