ଭୁବନେଶ୍ୱର(ଏଟିଆର ବ୍ୟୁରୋ):ପୁଣି ଥରେ ରାଜଧାନୀର ଜଣେ ଅଧ୍ୟାପକ ଠକେଇର ଶିକାର ହେଲେ । ଅନଲାଇନରେ ୱାସିଂ ମେସିନ ବିକିବା ବେଳେ ଠକାମିର ଶିକାର ହୋଇଛନ୍ତି ଅଧ୍ୟାପକ । ସାଇବା ଠକେଇ ଅଧ୍ୟାପକଙ୍କ ଠାରୁ ୧୯ ହଜାର ଟଙ୍କା ଠକି ନେଇଛି ।
ଓ୍ୱାସିଂ ମେସିନ୍ ବିକିବା ପାଇଁ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିଲି ରେଶ୍ମା ।ବ୍ୟକ୍ତି ଜଣକ ଫୋନ କରି ହିନ୍ଦୀରେ କଥାବାର୍ତ୍ତା ହେଲେ ।ଏହା ପରେ ୱାସିଙ୍ଗ ମେସିନଟିକୁ ୯ ହଜାର ୫୦୦ ଟଙ୍କାରେ ନେବା ପାଇଁ ରାଜି ହେଲେ । ଏହାପରେ ଅନଲାଇନ ପେମେଣ୍ଟ କରିବାକୁ ନମ୍ବର ନେଇ ଏକ ସ୍କାନ କୋର୍ଡ କରିବା ମାତ୍ରେ ବ୍ୟକ୍ତି ଜଣଙ୍କ ତାଙ୍କ ଆକାଉଣ୍ଟରୁ ଦୁଇଟି କିସ୍ତିରେ ତାଙ୍କ ଆକାଉଣ୍ଟରୁ ଟଙ୍କା ନେଇଯାଇଥିଲେ ।
ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯିବା ପରେ ରଶ୍ମୀ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଏଥିସହ ସାଇବର ହେଲ୍ପ ହେସ୍କରେ ମଧ୍ୟ ଜଣାଇଛନ୍ତି । ଅଧ୍ୟାପକଙ୍କ ଅଭିଯୋଜ ପରେ ପୋଲିସ ଏହାର ତନାଘନା ଆରମ୍ଭ କରିଛି ।