ନୁଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦେଶରେ ଚିତାବଘଙ୍କ ସଂଖ୍ୟା ୬୦ ପ୍ରତିଶତକୁ ବୃଦ୍ଧି ପାଇଛି ।୨୦୧୮ ରିପୋର୍ଟ ଅନୁସାରେ ଭାରତରେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୮୫୨ ଟି ରହିଥିବାର ଦର୍ଶଯାଇଥିଲା । ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଯୋଗୁ ଏହା ସମ୍ଭବ ହୋଇପାରିଥିବା ମୋଦି କହିଛନ୍ତି ।
୨୦୧୪ ରେ ଏହି ଚିତାବାଘଙ୍କ ସଂଖ୍ୟା ୭,୯୧୦ ଥିଲା । ସମ୍ପତି ଦେଶରେ ଚିତାବାଘଙ୍କ ସଂଖ୍ୟା ୧୨,୮୫୨ ରହିଥିବା ରିପୋର୍ଟରେ ଦର୍ଶାଯାଇଛି । ଚିତାବାଘଙ୍କ ମଧ୍ୟରେ ୫,୨୪୦ ବୟସ୍କ ବାଘ ରହିଛନ୍ତି । ସର୍ବାଧିକ ୩,୪୨୧ ଚିତାବାଘ ମଧ୍ୟପ୍ରଦେଶରେ ରହିଛନ୍ତି ।
ଏବେ ଓଡିଶାରେ ବାଘ ସଂଖ୍ୟା ମାତ୍ର ୧୮ । କିନ୍ତୁ ହୁ ହୁ ହୋଇ ବଢଛି କଲରାପତିଆ ବାଘ ସଂଖ୍ୟା । ଗତ ୪ ବଷଁ ଭିତରେ ୨ ଗୁଣାରୁ ଅଧିକ ବଢିଯାଇଛି । ଗତ ୪ ବର୍ଷ ଭିତରେ ମଧ୍ୟ ପ୍ରଦେଶରେ ୮୮% ବଢ଼ିଛି ସଂଖ୍ୟା । ୧୮୧୭ ଥିଲେ । ଏବେ ୩୪୨୧। ଛତିଶଗଡ଼ରେ ୨୦୧୪ ଗଣନାରେ ଥିଲେ ୮୪୬ । ବଢ଼ିଛି ମାତ୍ର ୬ ।
କଲରାପତରିଆ ୮୦ରୁ ୯୦ ପ୍ରକାର ବନ୍ୟପ୍ରାଣୀଙ୍କୁ ଶିକାର କରେ । ଓଡ଼ିଶା ଜଙ୍ଗଲରେ ବିଶେଷ କରି ସମ୍ବଲପୁର, ସୁନ୍ଦରଗଡ଼, ନୂଆପଡା ଓ ଫୁଲବାଣୀ-ରାୟଗଡ଼ା ରେଂଜରେ କଲରାପତରିଆଙ୍କ ପାଇଁ ଶିକାର ଅଧିକ ମିଳୁଥିବା ଜଣାପଡିଛି