ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସ୍ଥାବର ସମ୍ପତିର ମୂଲ୍ୟବୃଦ୍ଧିକୁ ସ୍ଥଗିତ କରାଯାଇଛି। ଦୁଇ ବର୍ଷରେ ଥରେ କୋଠାବାଡି ଓ ସ୍ଥାବର ଜମି ଭଳି ସମ୍ପତ୍ତିର ମୂଲ୍ୟବୃଦ୍ଧି ପାଇଁ ଯେଉଁ ସରକାରୀ ବ୍ୟବସ୍ଥା ରହିଛି ତାହାକୁ ଅନ୍ତତଃ ଚଳିତ ବର୍ଷରେ ଲାଗୁ ନକରିବାକୁ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିର ହୋଇଛି। ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଏହା କାର୍ୟ୍ୟକାରୀ ହେବ।
ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଥିବା କୋଠାବାଡି ଓ ଜମି ଭଳି ସ୍ଥାବର ଭୂସମ୍ପତ୍ତିର ମୂଲ୍ୟାୟନ ସରକାରଙ୍କ ପକ୍ଷରୁ ପ୍ରତି ଦୁଇବର୍ଷରେ ଥରେ କରାଯାଇଥାଏ। ଏଥିଲାଗି ଜିଲ୍ଲା ସ୍ତରରେ ମୂଲ୍ୟାୟନ କମିଟି ରହିଛି। ତେବେ ବିଭିନ୍ନ କାରଣରୁ ଜିଲ୍ଲା ପ୍ରଶାସନ ଗୁଡିକ ବହୁ ସମୟରେ ଏହି କ୍ଷେତ୍ରରେ କାମ କରିବା ପାଇଁ ବିଳମ୍ବ କରିଥାନ୍ତି। ଏଥିପାଇଁ କୋଠାବାଡି କିଣାବିକା ବେଳେ ସରକାରଙ୍କ ରାଜସ୍ୱ ହାନି ଘଟୁଛି।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବାଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚିନା ହୋଇଥିଲା। ବୈଠକରେ ରାଜସ୍ୱ ପାର୍ଷଦ ସଦସ୍ୟ ସି.ଜେ.ଭେନୁଗୋପାଳ, ରାଜସ୍ୱ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।
ଏବେ ବର୍ତ୍ତମାନ କୋଭିଡ-୧୯ ମହାମାରୀ ପାଇଁ ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚଳିତ ଆର୍ଥିକ ବର୍ଷରେ କୋଠାବାଡି ଭଳି ସ୍ଥାବର ଭୂସମ୍ପତ୍ତିର ମୂଲ୍ୟବୃଦ୍ଧି ସ୍ଥଗିତ ରଖିବାପାଇଁ ରାଜସ୍ୱ ସଚିବ ଶ୍ରୀ ସେଠୀ ମତ ଉପସ୍ଥାପନ କରିଥିଲେ। ଏହାଛଡା ଏହି ବ୍ୟବସ୍ଥାରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ବ୍ୟାପକ ଆଲୋଚନା କରାଯାଇଥିଲା।
୨୦୨୧ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ କୋଠାବାଡିର ମୂଲ୍ୟବୃଦ୍ଧି ନଘଟାଇବା ପାଇଁ ବର୍ତ୍ତମାନ ଏହି ବୈଠକରେ ସ୍ଥିର କରାଯାଇଛି। ବିଭିନ୍ନ ଜିଲ୍ଲାରୁ ମୂଲ୍ୟାୟନ କମିଟି ଠିକଣା ସମୟରେ ସୁପାରିଶ୍ କରୁନଥିବା ଓ ଏହି ସୁପାରିଶ୍ରେ ତାଳମେଳ ରହୁନଥିବାରୁ ଜମିବାଡି ବିକା କିଣା ବେଳେ ସମସ୍ୟା ଉପୁଜୁଛି ଏବଂ ଏ କ୍ଷେତ୍ରରେ ରାଜସ୍ୱ ସଂଗ୍ରହ ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ତେଣୁ କୋଠାବାଡି ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସହ ଆଲୋଚନା କରି ଠିକଣା ଭାବେ ଯେଉଁଭଳି କୋଠାବାଡି ଗୁଡିକର ମୂଲ୍ୟାୟନ କରାଯାଇ ପାରିବ ସେ ସଂକ୍ରାନ୍ତରେ ଆଇଜିଆର ପଦକ୍ଷେପ ନେବାକୁ କୁହାଯାଇଛି। ଏହାଛଡା ସଠିକ୍ ମୂଲ୍ୟାୟନ ପାଇଁ ଅଭିଜ୍ଞ ବ୍ୟକ୍ତିଙ୍କ ସହାୟତା ନେବାକୁ ବି ପରାମର୍ଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ଠିକଣା ସମୟରେ ମୂଲ୍ୟାୟନ କାର୍ୟ୍ୟ ଶେଷ କରି ଆଇଜିଆରଙ୍କ ମାଧ୍ୟମରେ ୨୦୨୧ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ରାଜସ୍ୱ ପାର୍ଷଦ ସଦସ୍ୟଙ୍କୁ ତାଙ୍କର ସୁପାରିଶ୍ ଜଣାଇବାକୁ ଏଥିରେ ନିଷ୍ପତ୍ତି ହୋଇଛି।
ଏହାଛଡା ସ୍ଥାବର ସମ୍ପତ୍ତି କିଣାବିକାବେଳେ ପ୍ରଚଳିତ ଆଇନ୍ ବ୍ୟବସ୍ଥା ଅନୁଯାୟୀ ଜିଏସ୍ଟି ସଂଗ୍ରହ ଲାଗି ଅନୁଧ୍ୟାନ କରିବାକୁ ବି ଆଇଜିଆରଙ୍କୁ ଦାୟିତ୍ୱ ଦିଆଯାଇଛି । ଉଚ୍ଚସ୍ତରୀୟ ବୈଠକର ଏହି ନିଷ୍ପତ୍ତି କାର୍ୟ୍ୟକାରୀ ହେଲେ ୨୦୨୧ ମାର୍ଚ୍ଚ ଶେଷ ପର୍ୟ୍ୟନ୍ତ କୋଠାବାଡି ସମେତ ସ୍ଥାବର ସମ୍ପତ୍ତିର ମୂଲ୍ୟବୃଦ୍ଧି ଘଟିବନାହିଁ ଓ ଏଥିରେ ଜମିବାଡି କିଣାବିକା କରୁଥିବା ଲୋକେ ଉପକୃତ ହେବବେବୋଲି ଆଶା କରାଯାଉଛି।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024