ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ରାଜ୍ୟରୁ ପୁଣି ଶ୍ରମିକ ଟ୍ରେନ ଚଳାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରମିକଙ୍କ ଜୀବିକାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଏହି ଚିଠି ଲେଖିଛନ୍ତିି । ଓଡିଶାରୁ ଗୁଜୁରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟକୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ସେ ଚିଠିରେ ନିବେଦନ କରିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି କରୋନା ମହାମାରୀ ପାଇଁ ବହୁ ଶ୍ରମିକ ଶ୍ରମିକ ଟ୍ରେନ ଯୋଗେ ସ୍ୱରାଜ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଳକ ଡାଉନ ପାଇଁ ବହୁତ ଲୋକ କାମ ଅଭାବରୁ ଘରକୁ ଫେରି ଆସିଥିଲେ । । ମାତ୍ର ଏବେ କାମର ଅଭାବ ଓ ଜୀବିକା ପାଇଁ ସେମାନେ ଏବେ କର୍ମ ସ୍ଥଳକୁ ଯିବାକୁ ଚାହୁଁଛନ୍ତି । ଶ୍ରୀ ପ୍ରଧାନ ଆହୁରି ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ଦେଶ ସାରା ଲକ ଡାଉନକୁ ପ୍ରତ୍ୟାହାର କରାଯାଉଥିବା ବେଳେ ଏବେ ଆମେ ପ୍ରାୟ ସମସ୍ତେ ସ୍ୱଭାବିିକ ପରିସ୍ଥିତିକୁ ଫେରୁଛେ । ତେଣୁ ବାହାର ରାଜ୍ୟରେ କାମ କରି ପରିବାର ପ୍ରତିପୋଷଣ ହେଉଥିବା ଲୋକଙ୍କ ପାଇଁ ପୁନର୍ବାର ରେଳ ସେବା ଆରମ୍ଭ ହେବାର ଆବଶ୍ୟକତା ରହିଛି ।
ତେବେ ବସ ସେବା ଯୋଗାଇ ଦେବାକୁ କିଛି ସସ୍ଥା ଇଛ୍ଛା ପ୍ରକାଶ କରିଛନ୍ତି । ମାତ୍ର ଏବେ ମୌସୁମୀ ସମସ୍ୟା ପାଇଁ ବସ ଯାତ୍ରା ଏତେ ସୁରକ୍ଷିତ ନୁହେଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଭବାସୀଙ୍କ ଜୀବିକାକୁ ଆଖି ଆଗରେ ରଖି ଓଡିଶାରୁ ଗୁଜୁରାଟ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟକୁ ଶ୍ରମିିକ ଟ୍ରେନ ଚଳାଇବାକୁ ସେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।