ବ୍ରହ୍ମପୁର ( ଏଟିଆର ବ୍ୟୁରୋ): ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଦେଶଦ୍ରୋହ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗର ଶୂଣାଣି କରି ଅଦାଲତ ଏଇ ଦଣ୍ଡ ଶୁଣାଇଛନ୍ତି । ପୂର୍ବରୁ ୫୨ ଟି ମାମଲାରେ ନିର୍ଦୋଶରେ ଖଲାସ ହୋଇଥିବା ସବ୍ୟସାଚୀଙ୍କ ପାଇଁ ଏହି ମାମଲାଟି ମହଙ୍ଗା ପଡିଛି । ଆଇପିସି ଧାରା ୧୨୧ ରେ ଦେଶ ଦ୍ରୋହ ମାମାଲାର ଶୁଣାଣି କରି ଏହି ଦଣ୍ଡ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ସଂଜୟ କୁମାର ସାହୁ ଏହି ଦଣ୍ଡ ଦେଇଛନ୍ତି ।
୨୦୧୪ ମସିହା ଜୁଲାଇ ୧୭ ତାରିଖରେ ଟପ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ବ୍ରହ୍ମପୁର ସ୍ଥିତ ଏକ ଭଡାଘରୁ ତାଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ସମୟରେ ତାଙ୍କ ନିକଟରୁ ସୁନା ଗହଣା ସମେତ ବନ୍ଧୁକ ଓ କମ୍ପ୍ୟୁଟର ଜବତ ହୋଇଥିଲା । ୧୩୫ ଟି ମାମଲା ମର୍ଧ୍ୟରୁ ସେ ୫୧ ଟିରେ ୫୨ ଟିରେ ଦୋଷୀ ରହିଛନ୍ତି । ଏହି ଟପନେତାଙ୍କ ଗିରଫକୁ ନେଇ ସେ ସମୟରେ ଓଡଶାରେ ହଇଚଇ ସୃଷ୍ଟି ହୋଇଥିଲା ।
ଏମିତିକି ସବ୍ୟଙ୍କ ଗିରଫ ପରେ ଓଡିଶାରୁ ମାଓବାଦୀ ଲୋପ ପାଇଯିବ ବୋଲି ଶୁଣାଯାଉଥିଲା । ଏହି ଟପ ମାଓନେତା ଏବେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଛନ୍ତି । ଏବେ ତାଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି ଅଦାଲତ । ମାମଲାଙ୍କୁ ନେଇ ତାଙ୍କ ଓକିଲ ଉପର କୋର୍ଟର ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି ।