ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ରାଜଧାନୀର ସିଟି ଫେଷ୍ଟିବାଲ୍ ବା ଡଟ୍ ଫେଷ୍ଟ । ଏଥିରେ ମଞ୍ଚ ଖାଲି ଉଠୁଛୁ ପଡୁଛି । ଓଲିଉଡ୍ , ବଲିଉଡ୍ ଏବଂ ହଲିଉଡ୍ ର ବିଟସ୍ ରେ ମତୁଆଲା ହେଉଛନ୍ତି ଲୋକେ । ଏହାସାଙ୍ଗକୁ ବିଭିନ୍ନ ପ୍ରକାରର ଖାଦ୍ୟର ମଜା ଉଠାଉଛନ୍ତି ଲୋକେ । ଗତକାଲି ଏହି ଫେଷ୍ଟିବାଲର ଦ୍ୱିତୀୟ ସନ୍ଧ୍ୟା ଥିଲା । ସିଦ୍ଧାନ୍ତ ଶର୍ମାଙ୍କ ରକ୍ ଫେଷ୍ଟରେ ଝୁମୁଥିଲେ ଆବାଳ ବୃଦ୍ଧବନିତା ।
କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଦେଖିବା ପରେ ପ୍ରଦର୍ଶନୀ ପଡିଆରେ ଅୟୋଜନ ହୋଇଥିବା ଡଟ୍ ଫେଷ୍ଟରେ ଲୋକଙ୍କ ବେଶ୍ ଭିଡ ଜମୁଛି । ଏଠାରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ୧୬ଟି ଦେଶରୁ ସୁସ୍ୱାଦୁ ବ୍ୟଞ୍ଜନ ମିଳୁଛି ।
ସର୍ବମୋଟ୍ ୨୩ଟି ଷ୍ଟଲ୍ ପଡିଥିବା ଏହି ଫେଷ୍ଟିବାଲ୍ ରେ ଲୋକେ ବିଶେଷ କରି ବିଦେଶୀ ଖାଦ୍ୟର ମଜା ଉଠାଉଛନ୍ତି । ଏହାସହିତ ରଙ୍ଗବେରଙ୍ଗର ଆଲୋକ ଏବଂ ସେଲଫି ପଏଣ୍ଟ ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଛି ।