ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶେଷରେ ସରକାରୀ କର୍ମଚାରୀଙ୍କୁ ଖୁସି କରିଲେ ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ଆଗରେ ହାର ମାନିଲେ ରାଜ୍ୟ ସରକାର । ରାଜ୍ୟ ସରକାର ରାଜ୍ୟ କର୍ମଚାରଙ୍କର ମହଙ୍ଗା ଭତ୍ତାକୁ ୫ପ୍ରତିଶତ ବୃଦ୍ଧି କରିବା ସହ ଏହାକୁ ୧୨ରୁ ୧୭ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏହା ସହ ଏହାକୁ ଗତବର୍ଷ ଜୁଲାଇ ମାସରୁ ପିଛିଲା ଭାବେ ଲାଗୁ କରିଛନ୍ତି । ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କୁ ଅଧିକ ୬ମାସର ମହଙ୍ଗା ଭତ୍ତା ମିଳିବା ନେଇ ଘୋଷଣା କରାଯାଇଛି ।
ସୂଚନାନୁଯାୟୀ ରାଜ୍ୟ ସରକାର କର୍ମଚାରୀମାନଙ୍କର ୫ ପ୍ରତିଶତ ମହଙ୍ଗା ଭତ୍ତା ଫେବୃଆରୀ ୧୪ ରେ ବୃଦ୍ଧି ନେଇ ଘୋଷଣା କରିଥିଲେ । ତେବେ ଏହାକୁ ଜାନୁଆରୀରୁ ପିଛିଲା ଭାବେ ଲାଗୁ କରିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଯାହାକୁ ପ୍ରତିବାଦ କରିବାକୁ ଯାଇ ସଚିବାଳୟ ମହାସଙ୍ଘ ଆନ୍ଦୋଳନ କରିଥିଲେ । ଯାହାଫଳରେ ରାଜ୍ୟ ସରକାର ନିଜ ନିଷ୍ପତ୍ତିକୁ ବଦଳାଇବାକୁ ବାଧ୍ୟ ହେବା ସହ ଏହାକୁ ଜାରୁଆରୀରୁ ପିଛିଲା ଭାବେ ଲାଗୁ କରିବା ପରିବର୍ତ୍ତେ ଗତବର୍ଷ ଜୁଲାଇରୁ ପିଛିଲା ଭାବେ ଲାଗୁ କରିଥିଲେ । ଏନେଇ ରାଜ୍ୟ ସରକାର ସାନି ବିଜ୍ଞପ୍ତି ଜାରି କରି ମହଙ୍ଗା ଭର୍ତ୍ତା ୨୦୧୯ ଜୁଲାଇରୁ ମିଳିବ ବୋଲି ଘୋଷଣା କରିଛନ୍ତି ।