ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାଧାରଣତ ଝିଅ ଟିଏ ବାହା ହୋଇ ସାରିବା ପରେ ସେ ବହୁତ ବଦଳି ଗଲା ବୋଲି ଆମେ କହିଥାଉ । ସେମତି ବି ଲାଗେ । ବାଡୁଅ ବେଳର ଝିଅ ଆଉ ବାହାଘର ପରର ଝିଅ ମଧ୍ୟରେ ରହିଛି ଆକାଶ ପାତାଳ ଫରକ । ତେବେ ଆସନ୍ତୁ ଜାଣିବା ବିବାହ ପରେ ଝିଅମାନଙ୍କ ଜୀବନରେ ଆସୁଥିବା ୫ ଟି ପରିବର୍ତ୍ତନ ।
ଘରେ ଖାଲିରେ ବୁଲୁଥିବା ଝିଅଟି ବିବାହ ପରେ ତା ଉପରେ ବହୁତ ଲୋକ ନିର୍ଭର କରିଥାନ୍ତି । ଶାଶୁ ଶଶୁରଙ୍କ ଠାରୁ ଆରମ୍ଭ କରି ଦିଅର ନଣନ୍ଦଙ୍କ ପର୍ଯ୍ୟନ୍ତ । ନିଜ ସହିତ ସେମାନଙ୍କର ମଧ୍ୟ ଯତ୍ନ ନେବାକୁ ପଡିଥାଏ । ଯାହା ଦ୍ୱାରା ତାକୁ ସମୟ ଅଭାବ ହୋଇଥାଏ । ସେ ଅନ୍ୟଲୋକଙ୍କୁ ସମୟ ଦେଇ ପାରେ ନାହିଁ ।
ବାପ ଘରେ ଗେହ୍ଲାରେ ବଢିଥିବା ଝିଅ ଟିକେଟିକେ କଥାରେ ରାଗିଥାଏ, ଅଭିମାନ କରିଥାଏ । ଶାଶୁ ଘରେ କିନ୍ତୁ ସେ ସେମିତି କରି ପାରି ନଥାଏ । ସେଠାରେ ସମସ୍ତଙ୍କ ମନ ନେଇ ଚଳିବାକୁ ପଡିଥାଏ ।
ନିଜ ଘର ଛାଡି ଅନ୍ୟଜଣଙ୍କ ଘରେ ଆସି ରହିବା ଦ୍ୱାରା ସେଠାରେ ବହୁ ନୂଆ ଲୋକଙ୍କ ସହିତ ତାକୁ ଆଡଜଷ୍ଟ କରିବାକୁ ପଡିଥାଏ । ଯାହାଫଳରେ ସେ ନକହିଲେ ବି ନିଜ ମନ କଥାକୁ ମନରେ ରଖି ଚୁପଚାପ ରହିବାକୁ ପଡିଥାଏ ।
ସେହିଭଳି ଦେଖିବାକୁ ମିଳିଥାଏ ଝିଅ ଟିଏ ବାହା ହୋଇଗଲା ପରେ ହଟାତ ମୋଟି ହୋଇଯାଇଥାଏ । ଏହାର ପ୍ରମୁଖ କାରଣ ହେଉଛି ଅବିବାହିତ ବେଳେ ଝିଅଟି ନିଜର ଯତ୍ନ ନେଇଥାଏ । ହେଲେ ବହାଘର ପରେ ତାର ଅନ୍ୟମାନଙ୍କ ପ୍ରତି ଦାୟିତ୍ୱ ବଢିଯିବାରୁ ସେ ନିଜର ଯତ୍ନ ନେଇପାରେ ନାହିଁ । ଯାହା ଦ୍ୱରା ସେ ମୋଟି ହୋଇଯାଏ ।
ବିବାହ ପରେ ଝିଅର ନିଦ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଭଲ ନିଦ ନହେବାରୁ ତାର କୁପ୍ରଭାବ ଶରୀର ଉପରେ ପଡିଥାଏ । ସେଥିପାଇଁ ତା ମୁହଁରେ ଥିବା ଚମକ କମିଯାଇଥାଏ ।