ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଗଲୱାନ ଘାଟିରେ ଭାରତ ଚୀନ ସଂଘର୍ଷ ବେଳେ ୫ ପିଏଲଏ ଯବାନଙ୍କ ଜୀବନ ଯାଇଥିଲା ବୋଲି ଚୀନ ସରକରୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଚୀନ ଗତ ବର୍ଷ ଜୁନ ମାସରେ ହୋଇଥିବା ରକ୍ତାକ୍ତ ହିଂସାରେ ୪ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି । ଏହି ହିଂସାକାଣ୍ଡରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ ।
ଏହି ସୈନ୍ୟଙ୍କ ନାଁ ମଧ୍ୟ ପ୍ରକାଶ କରିଛି ଡ୍ରାଗନ । ସେମାନେ ହେଲେ କ୍ୟୁଇ ଫବାଓ, ଚେନ୍ ହେଗୁନ୍, ଜିୟାନଗାଙ୍ଗ୍, ଜିୟୋ ସିୟୁୟାନ, ବାଙ୍ଗ୍ ଜୁଓରୋନ୍ । ଏମାନଙ୍କ ମଧ୍ୟରୁ ୪ଜଣ ଗଲଓ୍ୱାନ ସଙ୍ଘର୍ଷରେ ନିହତ ହୋଇଥିବା ବେଳେ ଜଣେ ଉଦ୍ଧାକାର୍ୟ୍ୟ ବେଳେ ନିହତ ହୋଇଥିଲା ।
ଚୀନ୍ ଗଣମାଧ୍ୟମ ରିପୋର୍ଟର ଦୃଷ୍ଟାନ୍ତ ଦେଇ ରଏଟର୍ସ ରିପୋର୍ଟ କରିଛି, ଚେନ୍ ହୋଙ୍ଗ୍ଜୁନ୍, ଚେନ୍ ସିଆଙ୍ଗ୍ରୋଙ୍ଗ୍, ଜିଆଓ ସିୟୁଆନ୍ ଏବଂ ଓ୍ଵାଙ୍ଗ୍ ଝୁଓରାନ୍ ବିଦେଶୀ ସୈନିକମାନଙ୍କ ସହ ହୋଇଥିବା ଭୟଙ୍କର ସଂଘର୍ଷରେ ମୃତ୍ୟୁ ବରଣ କରିଛନ୍ତି। ଗଲ୍ଓ୍ଵାନ୍ ଉପତ୍ୟକା ସଂଘର୍ଷରେ ଭାରତୀୟ ସେନାର ୨୦ଜଣ ଯବାନ ପ୍ରାଣ ହରାଇଥିଲେ ବୋଲି ଭାରତ କହିଥିଲା। କିନ୍ତୁ, ଚୀନ୍ ନିଜର ମୃତାହତ ସୈନିକମାନଙ୍କ ପ୍ରସଙ୍ଗରେ ନିରବ ଥିଲା।