ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇ ଘଣ୍ଟା ରହିଲା ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସୁବିଧା କରାଯାଉଥିବା ବେଳେ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ପତାକା ଦେଖାଇ ଆଉ ଏକ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଯାହାର ନାଁ ରହିଛି ମୋ ସାଇକେଲ ସେବା ।
ରାଜ୍ୟବାସୀ ନିଜକୁ ଫିଟ୍ ରଖିବା ସହିତ ସ୍ୱଳ୍ପ ଖର୍ଚ୍ଚରେ ଏହି ସେବାର ଫାଇଦା ଉଠାଇ ପାରିବେ । ସେଥିପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରାୟତଃ ଦୁଇ ହଜାର ସାଇକେଲ ଗଡିବ । ଏହି ମୋ ସାଇକେଲରେ ଜିପିଏସର ବ୍ୟବସ୍ଥା ମଧ୍ୟ ରହିଛି । ଲୋକେ ଭଡାରେ ଏହି ସାଇକେଲକୁ ବ୍ୟବହାର କରିପାରିବେ । ପ୍ରତି ଅଧଘଣ୍ଟାକୁ ୫ଟଙ୍କା ଦେବାକୁ ପଡିବ ।
ଏହାସହିତ ଯେଉଁ ବ୍ୟକ୍ତି ଏହି ମୋ ସାଇକେଲ ଅଭିଯାନରେ ସାମିଲ ହୋଇ ନାମ ପଞ୍ଜିକୃତ କରିଛନ୍ତି ସେମାନଙ୍କୁ ପ୍ରଥମ ଅଧଘଣ୍ଟା ମାଗଣାରେ ସାଇକେଲ ମିଳିବ । ଏୟାରପୋର୍ଟ ଛକରେ ଆୟୋଜିତ ହୋଇଥିବା ଏହି ମୋ ସାଇକେଲ ଶୁଭାରମ୍ଭ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ନିରଞ୍ଜନ ପୂଜାରୀ ସାମିଲ ଥିଲେ ।
Hon'ble CM Shri. @Naveen_Odisha launches #MOCYCLE, an app based sustainable mode of transport to transform 'The Way We Move.' #MoBhubaneswar #Odisha #PublicBicycleSharing pic.twitter.com/gPKikz8Rum
— Capital Region Urban Transport (@CRUT_BBSR) November 26, 2018