ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବାର ଏକ ଉଚ୍ଚକ୍ଷମତା ସମ୍ପନ୍ନ ବୈଠକରେ ୩ଟି ପ୍ରକଳ୍ପର ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ୩ଟି ପ୍ରକଳ୍ପରେ ୧୭ ହଜାର ୮୩୩ କୋଟି ନିବେଶ ହେବ । ଏହାଦ୍ୱାରା ୬୫୩୯ ଟି ନିଯୁକ୍ତ ସୃଷ୍ଟି ହେବ । ସୂଚନା ଅନୁସାରେ ହିଣ୍ଡାଲକୋ ୮ ହଜାର କୋଟି ନିବେଶ କରାଯିପବ । ଏଥିରେ ୪୨୫୦ ଜଣଙ୍କ ପାଇଁ ନିଯୁକ୍ତି ପାଇବେ ।
ସେହିପରି ନ୍ୟାଶନାଲ୍ ଥର୍ମାଲ ପାୱାର କର୍ପୋରେଶନ ତାଳଚେର ସଂପ୍ରସାରଣକୁ ମଧ୍ୟ କ୍ଲିୟରାନ୍ସ କମିଟି ମଞ୍ଜୁରୀ ପ୍ରଦାନ କରିଛି । ଏହି ସଂପ୍ରସାରଣରେ ୭୬୮୯ କୋଟି ଟଙ୍କା ନିବେଶ କରାଯିବ ।
ସେହିଭଳି ସୁନ୍ଦରଗଡ ଜିଲ୍ଲା ରୁଙ୍ଗଟା ମାଇନ୍ସ ଇସ୍ପାତ ପ୍ରକଳ୍ପକ ମଞ୍ଚୁରୀ ମିଳିଛି । ରୁଙ୍ଗଟାର କମାଣ୍ଡ ଗାଁରେ ୨.୭ ଟନ ବାର୍ଷିକ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ ଉତ୍ପାଦନ ପ୍ରକଳ୍ପ ସମ୍ପ୍ରସାରଣକୁ ଅନୁମୋଦନ ମିଳିଛି । ଏଥିରେ ୨୧୩୫ କୋଟି ଟଙ୍କା ନିବେଶ କରାଯିବ । ଏହା ଦ୍ୱାରା ବାର୍ଷିକ ଉତ୍ପାଦନ କ୍ଷମତା ୯ଲକ୍ଷ ଟନକୁ ବୃଦ୍ଧି ପାଇବ । ଏହି ସମ୍ପ୍ରସାରଣ ପ୍ରକଳ୍ପରେ ୨୨୮୮ ନିଯୁକ୍ତି ସୃଷ୍ଟି ହେବ । ଏନେଇ ଆଜି କ୍ଲିୟରାନ୍ସ କମିଟି ବୈଠକ ପରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।