ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଉଗ୍ର ରୂପ ନେଲା ବାତ୍ୟା ଫୋନି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ ଦିନକୁ ଦିନ ପ୍ରଭାବଶାଳୀ ହେଉଛି । ତାମିଲନାଡୁ ମୁହାଁ ହୋଇଥିବା ଫନି ଏବେ ହୋଇଛି ଓଡିଶା ମୁହାଁ । ଏହାକୁ ନେଇ ବର୍ତ୍ତମାନ ଓଡିଶାରେ ଜାରି ହୋଇଛି ସତର୍କ । ତେବେ ପାଣିପାଗ ବିଭାଗ ଯାହା ପୂର୍ବାନୁମାନ କରୁଛି ଏହା ପୁରୀ କୃଷ୍ଣପ୍ରସାଦ ଠାରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରିଛନ୍ତି । ଯାହାର ପ୍ରଭାବରେ ଘଣ୍ଟା ପ୍ରତି ୧୮୦ ରୁ ୨୦୦ କମି ବେଗରେ ପବନ ବହିବ ବୋଲି ଆଶଙ୍କା କରାଯାଉଛି ।
ତେବେ ଏହାର ପ୍ରଭାବ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଅଧିକ ପ୍ରଭାବ ପକାଇବ ବୋଏଲି ଆଶଙ୍କା କରାଯାଇଛି । ତେବେ ଫନି ନେଇ ସତର୍କ ସୂଚନା ଜାରି ହୋଇଥିବା ୧୧ ଜିଲ୍ଲା ଗୁଡିକ ହେଉଛନ୍ତି ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, କଟକ ,ଗଞ୍ଜାମ, ଗଜପତି,ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ ଯାଜପୁର , ଖୋର୍ଦ୍ଧା । ତେବେ ଗୃହ ବିଭାଗ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦେଇଛନ୍ତି । ଏବଂ ନେଇ ପତ୍ର ମାଧ୍ୟମରେ ମଧ୍ୟ ଅବଗତ କରାଯାଇଛି ।
ସବୁ ଠାରୁ ବଡ କଥା ହେଉଛି ବର୍ତ୍ତମାନ ଓଡିଶାରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିଲା । ତେବେ ବିପର୍ଯ୍ୟୟ ବେଳେ ଏହା ଉଦ୍ଧାର ବା ମୁକାବିଲା କରିବାରେ ବାଧକ ସାଜିବାକୁ ଆଶଙ୍କା କରି ଉକ୍ତ ୧୧ ଟି ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧିକୁ ଉଠାଇ ଦିଆଯାଇଛି । ସେହିଭଳି ଏହି ଜିଲ୍ଲା ମାନଙ୍କରେ ମଧ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ହୋଇ ରହିଛନ୍ତି ।