ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ଟି ରାଜ୍ୟକୁ ଭିଡିଓ କନଫରେନ୍ସିଂ ଜରିଆରେ ଲାଇଟ୍ ହାଇସ ପ୍ରୋଜେକ୍ଟ ଉପହାର ଦେଇଛନ୍ତି । ଭାରତର ସହରାଞ୍ଚଳ ଡିଜାଇନ ବଦଳାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି କୁହାଯାଇଛି ।
୬ ଟି ରାଜ୍ୟରେ ସାମିଲ କରାଯାଇଥିବା ରାଜ୍ୟଗୁଡିକ ହେିଉଛି ଉତ୍ତରପ୍ରଦେଶ , ଗୁଜୁରାଟ , ତାମିଲନାଡୁ , ତ୍ରିପୂରା , ଓ ଝାଡଖଣ୍ଡ ।ଏହି ସ୍ଥାନ ଗୁଡିକରେ ଜଳବାୟୁକୁ ଦେଖି ସେଠାକାର ଲୋକମାନଙ୍କୁ ସୁରକ୍ଷିତ ଘର ପ୍ରଦାନ କରାଯିବ । ବିଶେଷଧରଣର ଟେକନିକ ଖର୍ଚ୍ଚ କରି ଅତି ଶସ୍ତାରେ ଏହି ଘର ତିଆରି ହେବ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଆର୍କିଟେକଚର , ପ୍ଲାନିଂ ଓ ନିର୍ମାଣ କ୍ଷେତ୍ର ସହ ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କ ସହ କଥା ହୋଇଛନ୍ତି । ନିର୍ମାଣ ହେବାକୁ ଥିବା ଏହି ଘରଗୁଡିକ ଭୂକମ୍ପ ପ୍ରତିରୋଧ ହେବ ବୋଲି କୁହାଯାଇଛି । ଏଥିରେ ଫ୍ୟାକ୍ଟିରୁ ଘର ତିଆରି ହେବା ପାଇଁ ବିମ କଲମ ପ୍ରସ୍ତୁତି କରାଯାଇଛି ।