ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା ୧୧ ତାରିଖରେ ମହାଶିବରାତ୍ରୀ । ଲିଙ୍ଗରାଜ ମନ୍ଦିର ଓ ବିଭିନ୍ନ ଶୈବପୀଠମାନଙ୍କରେ ପାଳିତ ହେବ ଜାଗର ଯାତ୍ରା । ଏ ନେଇ ବିଭିନ୍ନ ପ୍ରକାରର ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି ।
ଚଳିତ ବର୍ଷ ରାତି ୧୦ ଟାରେ ମହାଦ୍ୱୀପ ଉଠିବ ନେଇ ନିଷ୍ପତ୍ତି ନିଆଯାଇଛି ।କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନେ ଜାଗର ଜାଳିବେ ବୋଲି କୁହାଯାଇଛି । ଜାଗର ଜାତ୍ରା ପାଇଁ ଅନୁଷ୍ଠିତ ପ୍ରସ୍ତୁତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଦ୍ୱୀପ ଜାଳିବା ସମୟରେ ଭକ୍ତମାନେ ଯେଭଳି ଏକତ୍ରିତ ହୋଇ ବସିବେ ନାର୍ହି ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି ।
ଏହି ବୈଠକରେ ବିଧାୟକ ସୁର ରାଉତରାଉଙ୍କ ସମେତ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ , ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାସ ଓ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ କୁମାର ସ୍ୱାଇଁଙ୍କ ସମେତ ବିଭିନ୍ନ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ବୈଠକ ବସିଥିଲା ।