ଭଦ୍ରକ ( ଏଟିଆର ବ୍ୟୁରୋ): ରାଜ୍ୟକୁ ମଦ ମୁକ୍ତ କରିବାକୁ ବିଭିନ୍ନ ସଂଗଠନ ମାନେ ବିଭିନ୍ନ ସମୟରେ ଦାବି କରୁଛନ୍ତି । ଏମିତି କି ଉତ୍ୟକ୍ତ ଲୋକେ ବେଳେବେଳେ ମଦ ଦୋକାନ ଭାଙ୍ଗୁଥିବା ଖବର ବି ଆସେ । ତଥାପି ଚେତୁ ନାହାନ୍ତି ମଦ୍ୟପ । ଯୋଉ କଥାକୁ ସେଇକଥା । ସାମାନ୍ୟ ଟିକିଏ ନିଶା ପାଇଁ ଭାଙ୍ଗିଯାଉଛି ପରିବାର ଉଜୁଡି ଯାଉଛି ଘର । ଭଦ୍ରକରେ ମଦ ନେଲା ଜୀବନ , ମଦ ପିଇ ୩ ମୃତ୍ୟୁ ୨ ଗୁରୁତର ହୋଇଥିବା ନେଇ ହୋଇଛି ଅଭିଯୋଗ ।
ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ତିହିଡି ଦୌଲତପୁର ପଞ୍ଚାୟତରେ । ମଦ ପିଇ ମୃତ୍ୟବରଣ କରିଥିବା ବ୍ୟକ୍ତି ହେଉଛନ୍ତିି ରାମଚନ୍ଦ୍ର ପଢିଆରୀ, ଶଙ୍କରର୍ଷଣ ଦାସ ଓ ସାଧୁଚରଣ ନାୟକ । ଗତକାଲି ରାତିରେ ମୃତକଙ୍କ ସମେତ ଆଉ ଦୁଇଜଣ ମଦ ପିଇବା ପରେ ହଠାତ କିଛି ସମୟ ପରେ ଅସୁସ୍ଥ ହୋଇ ପଡିଥିଲେ ପରେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ । କିନ୍ତୁ ଡାକ୍ତରଖାନାରେ ରାମଚନ୍ଦ୍ର , ଶଙ୍କର୍ଷଣ ଓ ସାଧୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।
ଏବଂ ଅନ୍ୟ ଦୁଇଜଣ କୁନା ଜେନା ଓ ବାଇଧର ନାୟକଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଗ୍ରାମବାସୀ ମାନେ ଏହାର ପ୍ରତିବାଦରେ ଭଦ୍ରକ ଚାନ୍ଦବାଲି ରାସ୍ତା ପୀରହାଟ ପାଖରେ ରାସ୍ତା ରୋକ କରିଛନ୍ତି । ତେବେ ବିଶାକ୍ତ ମଦ ପିଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଗ୍ରାବାସୀ ମାନେ ଅଭିଯୋଗ କରୁଛନ୍ତି ।