ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଲୋକିତ ହେବ କଟକ-ପୁରୀ ବାଏପାସ୍ ର ୧୨ କିଲୋମିଟର ମୁଖ୍ୟ ରାସ୍ତା । ଆଲୋକରେ ଚମକିବ ରାସ୍ତା । ଏହି ଆଲୋକୀକରଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ ।
ଆଜି ସନ୍ଧ୍ୟା ୫ ଟା ୪୫ ସମୟରେ ଟଙ୍କପାଣି ସାଇ ମନ୍ଦିର ଛକରେ ଲୋକାର୍ପଣ ଉତ୍ସବ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ-ପୁରୀ ବାଇପାସ୍ ରୋଡ୍ ଅର୍ଥାତ ପଳାଶୁଣି ଛକରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ପ୍ରାୟତଃ ୧୨ କିଲୋମିଟର ରାସ୍ତାରେ ଏଲଇଡି ଷ୍ଟ୍ରିଟଲାଇଟ ଆଲୋକିକରଣ ପ୍ରକଳ୍ପକୁ ଲୋକାର୍ପଣ କରିବେ । ଏହି ଆଲୋକିକରଣ ପ୍ରକଳ୍ପ ଆରମ୍ଭ ହେବା ପରେ ଅନେକ ଲୋକ ଉପକୃତ ହେବେ ।