ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ରାଜ୍ୟରେ ଖୋଲିବ ମଦ ଦୋକାନ । ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ରେ ଆଜିଠୁ ମିଳିବ ମଦ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡ ଲାଇନ୍ ପ୍ରକାଶ ପାଇଛି ।
ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଦୋକାନ ଖୋଲା ରହିବ । ମାତ୍ର ବାର ବନ୍ଦ ରହିବ । ବାର ଗୁଡିକ କେବଳ ମଦ ଏମଆରପି ମୂଲ୍ୟରେ ବିକ୍ରି କରିପାରିବେ ।
ମାତ୍ର ବାରରେ ବସି ମଦ୍ୟପାନ କରିହେବ ନାହିଁ । ଉଭୟ ଅନସପ ଓ ଅଫସପ ଖୋଲା ରହିବ । ଗ୍ରାହକ ମାନେ କାଉଣ୍ଟରରୁ ମଦ କିଣିପାରିବେ ।
ତେବେ ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ପୂର୍ବଭଳି ଅନଲାଇନ ସେବା ଚାଲୁରହିବ । ଅନସପ ଗୁଡିକ ସମାନ ମୂଲ୍ୟରେ ମଦ ବିକ୍ରି କରିବେ । ଯାହା ଫଳରେ ପୂର୍ବଭଳି ଆଉ ମଦ ଦୋକାନରେ ଭିଡ ଲାଗିବ ନାହିଁ । ସେହିଭଳି ଯେଉଁ କାଉଁଣ୍ଟର ଗୁଡିକରେ ଜନ ଗହଳି ଅଧିକ ରହିବ ସେହିକ୍ଷେତ୍ରରେ ଜିଲ୍ଲାପ୍ରଶାସନ ମଦ ଦୋକାନକୁ ବନ୍ଦ କରିପାରିବେ ।
ସେହିଭଳି ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ମୁହଁରେ ମାସ୍କ ବାନ୍ଧିବା ଏବଂ ସାନିଟାଇଜର ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ସେହିଭଳି ଦୋକାନକୁ ନିୟମିତ ବ୍ୟବଧାନରେ ସାନିଟାଇଜ କରାଯିବ । ଆବଶ୍ୟକ ସ୍ଥଳରେ ବ୍ୟବସାୟୀ ଦୋକାନ ସମ୍ମୁଖରେ ବ୍ୟାରିକେଡ କରିପାରିବେର୍ସର୍ବପରେ କାଉଣ୍ଟର ବାହାରେ ସ୍ଲଟ ବୁକ ପାଇଁ ଇ- ଟୋକନ ବ୍ୟବସ୍ଥା ରହିବ । ଅବକାରୀ ବିଭାଗର କଡା ନଜରରେ ରହିବ ସମସ୍ତ କାଉଣ୍ଟର ।