ଲଣ୍ଡନ(ଏଟିଆର ବ୍ୟୁରୋ):କରୋନାର ନୂଆ ଷ୍ଟେନ ନେଇ ଚିନ୍ତା ବଢିବାରେ ଲାଗିଛି ।ଯାହାକୁ ନେଇ ସବୁ ଦେଶ ତଥା ରାଜ୍ୟ ଚିନ୍ତାରେ ଅଛନ୍ତି ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୁଣିଥରେ ଲକଡାଉନ ଘୋଷଣା କରିଛନ୍ତି ।
ପ୍ରଥମ କରୋନା ଷ୍ଟେନଠାରେ ଏହା ୪୦ପ୍ରତିଶତ କ୍ଷତିକାରକ ବୋଲି ଗଣମାଧ୍ୟମ ସୂଚନା ଦେଇଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଫେବୃଆରୀ ମାସ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି ।ଅତି ଜରୁରୀକାମ ନଥିଲେ ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ।
ସେହିପରି ଭାବେ ସମସ୍ତ ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା ସହ ପୂର୍ବପରି ଅନଲାଇନରେ ପିଲାମାନେଙ୍କ ପାଠପଢା ଜାରି ରହିବ ବୋଲି କହିଛନ୍ତି ।ସଂକ୍ରମଣଠାରୁ ଦୁରରେ ରହିବା ପାଇଁ ଆମକୁ ଅଧିକରୁ ଅଧିକତଃ ସତର୍କତା ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଯେପରିକି ମାସ୍କ ପିନ୍ଧିବା , ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ।
କରୋନାର ଏହି ନୂଆ ଷ୍ଟେନ ଦେଶରେ ଅତି କ୍ଷିପ୍ର ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୦ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।