ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଲକଡାଉନ ଅବଧିକୁ ବଢା ଯାଇଛି । ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢିଲା ଲକଡାଉନ୍ । ପୁଣି ଦୁଇ ସପ୍ତାହ ପାଇଁ ଲକଡାଉନ ବଢାଯାଇଛି । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି ।
ଏହି ଲକଡାଉନରେ ଦୁଇଦିନ ସଟଡାଉନ ବଳବତ୍ତର ଜାରି ରହିବ କିନ୍ତୁ କିଛି ପରିବର୍ତ୍ତନ କରାଯାଇଛି । ସକାଳ ୭ ଟାରୁ ୧୧ ମଧ୍ୟରେ ପନିବରିବା, ଖୀର, ମାଂସ , ମାଛ ଆଦି କିଣି ପାରିବେ । ବାହାଘରରେ ୫୦ ବଦଳରେ ୨୫ ଜଣଙ୍କୁ ଅନୁମତି । କିନ୍ତୁ ବିବାହରେ ଭୋଜି ପାଇଁ ଅନୁମତି ନାହିଁ କେହି ବସିକି ଖାଇ ପାରିବେ ନାହିଁ । କେବଳ ପ୍ୟାକେଟ୍ ଖାଦ୍ୟ ଦିଆଯାଇ ପାରିବ ।
ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ସରକାରୀ ଓ ବେସରକାରୀ ଅଫିସରେ କର୍ମଚାରୀଙ୍କ ସଂଖ୍ୟା ଆହୁରି କମ୍ ରହିବ ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯିବ ।
ଅନ୍ୟପଟେ ନିର୍ମାଣ କାର୍ଯ୍ୟରେ ଶ୍ରମିକଙ୍କୁ ଅନୁମତି, ନିର୍ମାଣ ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ । ବ୍ୟାଙ୍କ ଖୋଲା ରହିବ, ଟେଷ୍ଟିଂ ଟୀକାକରଣ କରାଯିବ ।
ସୂଚନାଯୋଗ୍ୟ, ମେ ୫ ତାରିଖରେ ରାଜ୍ୟରେ ପ୍ରଥମ ଲକଡାଉନ ଜାରି କରା ଯାଇଥିଲା । ଏହା ଆସନ୍ତାକାଲି ଅର୍ଥାତ ମେ ୧୯ ରେ ଶେଷ ହେବାକୁ ଥିଲା କିନ୍ତୁ ରାଜ୍ୟରେ ଲଗାତର ଭାବେ ସଂକ୍ରମଣ ବୃଦ୍ଧି ହେଉଥିବାରୁ ଏବେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଲକଡାଉନ ସମୟରେ କିଛି ପରିବର୍ତ୍ତନ କରାଯାଇଛି ।